ନୂଆଦିଲ୍ଲୀ, ୦୩/୦୨ : ଆଜି ‘ଧୁରନ୍ଧର ୨’ର ଟିଜର ରିଲିଜ ହୋଇଛି । ଯେଉଁଥିରେ ରଣବୀର ସିଂଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆକର୍ଷିତ କରିଛି । ଫିଲ୍ମର ନିର୍ମାତା ନିକଟରେ ରଣବୀର ସିଂଙ୍କ ‘ଧୁରନ୍ଧର ୨’ ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥିରେ ଅଭିନେତାଙ୍କୁ ହିଂସାତ୍ମକ ଲୁକରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଏହି ପୋଷ୍ଟରରେ ରଣବୀର କଳା ଜ୍ୟାକେଟ୍ ପିନ୍ଧି ବର୍ଷାରେ ଓଦା ହେଉଥିବା ଦେଖାଯାଇଛି । ଏଥିସହ ଲାଲ ରଙ୍ଗରେ ନଜର ଆସିଥିବା ଏହି ପୋଷ୍ଟରଟି ଖୁବ୍ ପ୍ରଭାବଶାଳୀ ହୋଇଛି । ପୋଷ୍ଟର ରିଲିଜ୍ କରିବା ସହିତ ନିର୍ମାତା କ୍ୟାପସନରେ ଲେଖିଛନ୍ତି ଯେ, ‘‘ଏବେ ଏହାକୁ ନଷ୍ଟ କରିବାର ସମୟ ଆସିଛି । ଆଜି ଏହାର ଟିଜର ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ୧୯ ମାର୍ଚ୍ଚରେ ସାରା ବିଶ୍ବରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ରିଲିଜ୍ ହେବ ।” ପୋଷ୍ଟର ରିଲିଜ୍ ହେବା ପରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି ।