ମୁହଁ ବନ୍ଦକରି ଯୁବତୀଙ୍କୁ ଟେକିନେଇ ଦୁଷ୍କର୍ମ, ଘଟଣା ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବହଲପଦର ଗାଁରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଜଣେ ଯୁବତୀଙ୍କୁ ବଳ ପ୍ରୟୋଗ କରି ଟେକିନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ନେଇ ପୀଡ଼ିତା ଯୁବତୀ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଚଳିତ ମାସ୧୮ ତାରିଖ ଶୁକ୍ରବାର ରାତ୍ର ୮ ଘଣ୍ଟା ସମୟରେ ଏହି ଘଟଣା ଘଟିଥିଲା । ନିଜ ଘରୁ ମାତ୍ର ୨୦୦ ମିଟର ଦୂରତାରେ ଥିବା ସମ୍ପକୀୟ ଭଣଜାର ଜନ୍ମ ଦିନର ଉତ୍ସବରେ ଯୋଗ ଦେଇ ଥିଲେ ପୀଡ଼ିତା । ଅନ୍ଧାର ରାତ୍ରର ସୁଯୋଗ ନେଇ ସେହି ଗାଁର ଅନିରୁଦ୍ଧ ଠେଲାଙ୍କ ୨୪ ବର୍ଷିୟ ପୁଅ କେଦାର ଠେଲା ଆତଙ୍କିତ ଭାବରେ ମୁହଁରେ କନା ପୁରାଇ ନିକଟସ୍ଥ ସାଗୁଆନ ବୁଦାକୁ ଟେକିନେଇ ବଳପ୍ରୟୋଗ କରି ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଦୁଷ୍କର୍ମ ପରେ ଘଟଣାଟିକୁ ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଖସି ପଳାଇଛି ଅଭିଯୁକ୍ତ ଯୁବକ । ଏହାପରେ ଯୁବତୀଙ୍କୁ ପରିବାର ଲୋକେ ଉଦ୍ଧାର କରି ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ନୂଆପଡା ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ଜୈନଙ୍କ ସହ ଯୋଗାଯୋଗ କରିବାରୁ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି। ଅଭିଯୁକ୍ତ ଅଭିଯୁକ୍ତ ଫେରାର ଅଛି ଖୁବ ତାକୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।