ନୂଆଦିଲ୍ଲୀ,୫/୪: ୧୩ ଜଣ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଇଣ୍ଡୋନେସିଆର ଏକ କୋର୍ଟ। ମାମଲାରେ ପ୍ରଥମେ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ କିନ୍ତୁ ପରେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ଶିକ୍ଷକକୁ ଫାଶୀ ଦେବାକୁ ଆଇନଜୀବୀ ଦାବି କରିଥିଲେ।
ଏହି ମାମଲା ସାରା ଇଣ୍ଡୋନେସିଆରେ ଚହଳ ସୃଷ୍ଟି କରିଥିଲା । ଏହାସହ ଇସଲାମିକ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପ୍ରସଙ୍ଗ ଜୋର ଧରିଥିଲା। ଗତ ଫେବ୍ରୁଆରୀରେ ମାମଲାର ଶୁଣାଣି କରି ବାଙ୍ଗଡୁଙ୍ଗ କୋର୍ଟ ହେରୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ। ଯାହାକୁ ଚ୍ୟାଲେଞ୍ଜ କରି ଫାଶୀ ଦଣ୍ଡ ପାଇଁ ଆବେଦନ କରିଥିଲେ ଆଇନଜୀବୀ । ଅନ୍ୟପଟେ ମାମଲାର ପୂର୍ଣ୍ଣ ଶୁଣାଣି ନେଇ କରାଯାଇଥିବା ପ୍ରଶ୍ନ ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ହେରୀଙ୍କ ଓଖିଲ ଇରା ମାମବୋ।
୨୦୧୬ରୁ ୨୦୨୧ ମଧ୍ୟରେ ହେରୀ ୧୩ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲା। ସଭିଙ୍କ ବୟସ ୧୨ରୁ ୧୬ ବର୍ଷ ଭିତରେ । ପୀଡିତଙ୍କ ମଧ୍ୟରୁ ୮ ଜଣ ଗର୍ଭବତୀ ହୋଇଥିବା ଗତ ଫେବ୍ରୁଆରୀ ମାସରେ ବାଙ୍ଗଡୁଙ୍ଗର ଜଜ କହିଥିଲେ।