ଆଜିର ରାଶିଫଳ (ସୋମବାର)

ମେଷ: ଚାକିରି ବୃତ୍ତିରେ ମନପ୍ରାଣ ଢାଳି କାମ କରିବେ। ସହଯୋଗୀଙ୍କ ସହାୟତା ମିଳିବା ହେତୁ କାର୍ଯ୍ୟ ଭାର କମିବ। ଘରୋଇ ପରିବେଶରେ ପ୍ରସନ୍ନତା ବଜାୟ ରହିବ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭।

ବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। କୌଣସି ଦିଗରୁ ଖୁସି ଖବର ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

ମିଥୁନ: ବ୍ୟବସାୟରେ ଲାଭ ବୃଦ୍ଧି ପାଇଁ ଅଧିକ ମନୋଯୋଗରେ କାମ କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

କର୍କଟ: ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ରାଜନୀତିରେ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ବୁଲି ଯିବା ପାଇଁ ଯୋଜନା କରିବେ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ସି˚ହ: ପୂର୍ବର ଭଲ ପ୍ରଦର୍ଶନ ପାଇଁ ଚାକିରିରେ ପଦୋନ୍ନତି ମିଳିପାରେ। କାରବାର ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

କନ୍ୟା: ମନରେ ଧର୍ମ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ତୁଳା: ଆପଣଙ୍କୁ କୌଣସି ବିଶେଷ କାମ ମିଳିପାରେ। ଦୂରସ୍ଥାନକୁ ଯିବାର ଯୋଗ ରହିଛି। ଛାତ୍ରୀମାନେ ଲେଖାପଢ଼ାରେ ଧ୍ୟାନ ଦେବେ। ଶୁଭ ରଙ୍ଗ ଧଳା । ଶୁଭ ୨।

ବିଛା: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବ୍ୟବସାୟରେ ନୂଆ ଚୁକ୍ତି କରିବାର ସୁଯୋଗ ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ଧନୁ: ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ସୁଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଶୁଭ ସମାଚାର ପାଇବେ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ମକର: ଆପଣଙ୍କ ଜୀବନର ସବୁ ଅଶାନ୍ତି ଦୂର ହେବ। ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ: ଅଫିସ ଯିବାବେଳେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ମୀନ: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ପ୍ରିୟତମଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।