ଆଜିର ରାଶିଫଳ (ରବିବାର)

ତା : ୨୧/୬/୨୦୨୦

ମେଷ – ଆଶା କରୁଥିବା ଦିଗରୁ ଅର୍ଥ ପାଇବେ । କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ଆସିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ବୃଷ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ବୃଦ୍ଧିର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ମୋକଦ୍ଦମା ଖର୍ଚ୍ଚ ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

ମିଥୁନ – ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ନିକଟସ୍ଥ ସହରକୁ ଯାତ୍ରାରେ ଯିବେ। ଭାବିଚିନ୍ତ ଖର୍ଚ୍ଚ କରନ୍ତୁ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କର୍କଟ – ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ସି˚ହ – ସବୁ କାମ ସହଜରେ ପୂରା ହେବ। ନୂଆ ଲୋକଙ୍କ ସହିତ ମିଶିବାର ଅବସର ମିଳିବ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

କନ୍ୟା – ପରୋପକାରୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ଦିନ ବିତିପାରେ । ସାହସୀ ଓ ସମ୍ପତ୍ତିବାନ୍ ହେବେ । ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ତୁଳା – ଆପଣଙ୍କ ମନ କିଛି କହିବ ଆଉ ହୃଦୟ କିଛି କହିବ। ଇଷ୍ଟଦେବଙ୍କର ଆରାଧନା କରନ୍ତୁ, ଶୁଭ ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ଉପାୟ ମିଳିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ବିଛା – ଶୁଭ କାର୍ଯ୍ୟରେ ମନ ରହିବ । ବ୍ୟବସାୟ ଲାଭଜନକ ହେବ । ମନରେ ସେବା ଭାବ ଜାଗ୍ରତ ହୋଇପାରେ । ସ୍ୱକାର୍ଯ୍ୟର ସ୍ୱଚ୍ଛତା ପାଇଁ ଗର୍ବିତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ଧନୁ – ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। କୌଣସି ଖୁସି ଖବର ପାଇବେ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମକର – ଭୋଗ-ବିଳାସ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ବିଦ୍ୟାପ୍ରତି ଆଗ୍ରହୀ ହେବେ । ବିଭିନ୍ନ ଦିଗରୁ ଅର୍ଥ ଆସିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କୁମ୍ଭ – ରାଜନୀତିରେ ଆଗକୁ ବଢ଼ିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। କାରବାରରେ ଲାଭ ହେବ। ସୁସମ୍ବାଦ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମୀନ – ବିବାଦରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବ ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।