ଆଜିର ରାଶିଫଳ (ବୁଧବାର)

ତା : ୧୨/ ୦୫/ ୨୦୨୧

ମେଷ: ଧର୍ମୀୟ କାର୍ଯ୍ୟରେ ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ। ବିଦ୍ୟାବାନ୍‌ ହେବେ। ପ୍ରୀତିଲାଭ କରିପାରନ୍ତି। ଭାତ୍ରୁଭାବ ଅତୁଟ ରହିବ। ଧନବାନ୍‌ ହୋଇପାରନ୍ତି। ନିଃସ୍ବାର୍ଥପର ହେବେ। ନୀତିନିଷ୍ଠ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି।

ବୃଷ: ସୁସ୍ଥ ଓ ନିରାଶ୍ରୟ ଜୀବନଯାପନ କରିବେ। ସନ୍‌ମାର୍ଗୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ସଦାସର୍ବଦା ହର୍ଷଯୁକ୍ତ ହେବେ। ଉଚ୍ଚ ପଦାଧିକାରୀ ଆସନ ଅଳଙ୍କୃତ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।

ମିଥୁନ:ଆପଣାର ଲୋକେ କରଛଡ଼ା ଦେଇପାରନ୍ତି। ଚତୁର ହେବେ। ଆଖିରେ ଯନ୍ତ୍ରଣା ଉପୁଜିପାରେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି।

କର୍କଟ: ବୀର ଦର୍ପରେ ଶତ୍ରୁ ଦମନ କରି ବିଜୟବାନା ଉଡ଼ାଇ ପାରନ୍ତି। ବ୍ରହ୍ମକଲ୍ୟାଣ ଲାଭ କରିବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ।ଜନସାଧାରଣଙ୍କ ପୂଜ୍ୟ ହେବେ। ସରକାରୀ ଅର୍ଥ ମିଳିବ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିବେ।

ସିଂହ: ହୃଦୟବାନ୍‌ ହୋଇପାରନ୍ତି। ପରନାରୀକୁ ମାତୃବତ୍‌ ଜ୍ଞାନ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବ୍ରାହ୍ମଣ ଓ ଦେବତାଙ୍କ ପ୍ରତି ଅନୁରକ୍ତି ରହିବ।ଜୀବେ ଦୟାଧର୍ମରେ ଦୀକ୍ଷିତ ହେବେ। ବ୍ୟବସାୟ ଲାଭଜନକ ହେବ।

କନ୍ୟା: ସ୍ବାଭିମାନୀ ହେବେ। ପତ୍ନୀଙ୍କ ଅଭିଷ୍ଟ ପୂରଣ କରିବାରେ ସକ୍ଷମ ହେବେ। ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି।ବିଶାଳ କୀର୍ତ୍ତି ସ୍ଥାପନ କରିବେ। ପୁଣ୍ୟ ଅର୍ଜନ କରିପାରନ୍ତି। ଧନବାନ୍‌ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେବେ।

ତୁଳା: କିଛି ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ବନ୍ଧୁଙ୍କ ସାନିଧ୍ୟ ଓ ସହଯୋଗ ପାଇବେ। ସରକାରୀ କୋପ ଦୃଷ୍ଟି ପ୍ରତି ସତର୍କ ରହି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚୋର ଭୟ ଅଛି। ସୁପୁତ୍ର ପ୍ରାପ୍ତିର ସୂଚନା ମିଳୁଛି।

ବିଛା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସହଜରେ ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ। ସୁଶୀଳ ବ୍ୟକ୍ତି ଭାବେ ଆଦରଣୀୟ ହେବେ। ବହୁ ବିଶେଷ ପୁଣ୍ୟର ଅଧିକାରୀ ହେବେ। ପ୍ରାୟ ପ୍ରତ୍ୟକ କ୍ଷେତ୍ରରେ ବିନୟଭାବ ପ୍ରକାଶ କରି ସମ୍ମାନିତ ହେବେ।

ଧନୁ: ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁଦମନ କରି ମାନସିକ ଶାନ୍ତି ଫେରିପାଇବେ। କ୍ଷମତାଶାଳୀ ହେବେ। ଋଣ ପରିଶୋଧ କରିପାରନ୍ତି।

ମକର: ପାପ ପରାଙ୍‌କ୍ଷ ହୋଇପାରନ୍ତି। ଶତ୍ରୁ ବିଜୟୀ ହେବେ। ବ୍ରହ୍ମ ଉପାସକ ହେବେ। ପ୍ରିୟଜନଙ୍କ ଦର୍ଶନ ମିଳିବ। ଦାନ-ଧର୍ମ ଦୀକ୍ଷିତ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ଜ୍ଞାନଗରିମାଯୁକ୍ତ ହେବେ। ସୁସ୍ଥ ରହିବେ।

କୁମ୍ଭ: କୁଳ ପ୍ରଧାନ ହୋଇପାରନ୍ତି। ପିତୃମାତୃ ଭକ୍ତିଯୁକ୍ତ ହେବେ। ଶ୍ରେଷ୍ଠ ପଦପଦବୀର ଅଧିକାରୀ ହେବେ। ପ୍ରଭୃତ୍ବ ବିସ୍ତାର କରିପାରନ୍ତି। ଜଣେ ମହାନ୍‌ ପୌରୁଷର ଅଧିକାରୀ ହେବେ। ଆପଣଙ୍କ ପରାମର୍ଶ ପରିସ୍ଥିତିରେ ଉପାଦେୟ ହେବ।

ମୀନ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ରହିଛି। ଭଗବତ୍‌ପ୍ରେମୀ ହେବେ। ଠାକୁରଙ୍କ ଦର୍ଶନ ଲାଭକରି ନିଶ୍ଚିନ୍ତ ହେବେ।ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ବିଚାରରେ ନିର୍ଦେଶିତ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଅର୍ଥ ମିଳିପାରେ।