ଆଜିର ରାଶିଫଳ (ଗୁରୁବାର)

ତା : ୧୬ / ୯ / ୨୦୨୧

ମେଷ : ଅଧିକ ସମୟ ପୂଜାପାଠରେ ବିତିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିଶ୍ରମର ଫଳ ପାଇବେ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।

ବୃଷ : ପରିବାରରେ କୌଣସି ଲୋକ ସହିତ ବାଦ ବିବାଦ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ମିଥୁନ : ଦୁଃସାହସିକ ପଦକ୍ଷେପ ନେବାରୁ ନିବୃତ୍ତ ରୁହନ୍ତୁ। କୌଣସି ପୂର୍ବ ବିବାଦ ସମ୍ମୁଖକୁ ଆସିପାରେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ।

କର୍କଟ : ନିଜର ଦକ୍ଷତା ବିକାଶ ପାଇଁ କିଛି ନୂଆ କରିବେ। ଖେଳାଳିଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଜୀବନସାଥୀଙ୍କୁ ସମୟ ଦିଅନ୍ତୁ। ସ୍ବାସ୍ଥ୍ୟରେ ସୁଧାର ହେବ।

ସିଂହ : କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ। ଧନପ୍ରାପ୍ତିର ଭଲ ଯୋଗ ରହିଛି। ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ। ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ।

କନ୍ୟା : ବନ୍ଧୁଙ୍କ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ। ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ବିଶ୍ବାସ ବଢ଼ିବ।

ତୁଳା : ଆପଣ ସକାରାତ୍ମକ ରହିବେ ଏବଂ ମନରେ କିଛି ନୂଆ ଆଶା ରହିବ। ପିଲାପିଲିଙ୍କ ସହ ଅଧିକ ସମୟ ବିତିବ। କ୍ୟାରିୟରରେ ଉନ୍ନତ ପାଇଁ ଅଧିକ ପରିଶ୍ରମ କରିବେ।

ବିଛା : ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ବ୍ୟସ୍ତବହୁଳ ରହିବ। ଅନ୍ତରଙ୍ଗ ବନ୍ଧୁ ଆର୍ଥିକ ସହାୟତା ମାଗି ପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।

ଧନୁ : ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ରାଜନେତା ନୂଆ କାର୍ଯ୍ୟଭାର ଗ୍ରହଣ କରିବେ। ଘରେ ଖୁସିର ପରିବେଶ ରହିବ। ପ୍ରେମ ଜୀବନ ମଧୁର ହେବ।

ମକର : ଧାର୍ମିକ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ଲାଗି ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଜରୁରୀ କାମରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ।

କୁମ୍ଭ : ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ। ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ।

ମୀନ : ମନରେ ନକାରାତ୍ମକ ଭାବନା ପଶିବାକୁ ଦିଅନ୍ତୁ ନାହିଁ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ। ବ୍ୟବସାୟରେ ଉନ୍ନତି ହେବ।