ମେଷ : ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ଯୌଥ କାରବାରରୁ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
ବୃଷ : ଲାଗି ରହିଥିବା ଅସୁବିଧା ଦୂର କରିବାକୁ ଚେଷ୍ଟା କରିବେ। ମନରେ ନୂଆ ନୂଆ ବିଚାର ଆସିବ । ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ମିଥୁନ : ଅଫିସ କାମରେ ଆପଣଙ୍କର ପ୍ରଶ˚ସା ହେବ। ପ୍ରଭୁଙ୍କ ସ୍ମରଣରେ ମନେର ସକାରାତ୍ମକ ଶକ୍ତି ସ˚ଚାର ହେବ। ବ୍ୟବସାୟରୁ ଧନଲାଭ ହେବ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
କର୍କଟ : ଘରକୁ ଅତିଥି ଆସିବେ। ଆପଣଙ୍କ ମନର ଇଚ୍ଛା ପୂରଣ ହେବ। ବିଲ୍ଡରଙ୍କୁ ନୂଆ ଡିଲ୍ରେ ଲାଭ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଠିକ୍ ରହିବ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।
ସି˚ହ : ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଛାତ୍ରମାନେ ନିଜର କାମ ଭଲ ଭାବରେ ନିର୍ବାହ କରିବେ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।
କନ୍ୟା : ଆୟର ନୂଆ ଉତ୍ସ ମିଳିବ। ଆପଣଙ୍କର ଆତ୍ମବିଶ୍ବାସ ଯୋଗୁଁ ଆଗକୁ ବଢ଼ିବା ସହଜ ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇେବ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ତୁଳା : ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଘରକୁ ବନ୍ଧୁଙ୍କ ଆସିବାଯିବା ଲାଗି ରହିବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ହୋଇପାରେ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ବିଛା : ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ସଠିକ୍ ନିଷ୍ପତ୍ତି ଆପଣଙ୍କ ଜୀବନକୁ ସରସ ସୁନ୍ଦର କରିବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ଧନୁ : ଧନଲାଭର ଯୋଗ ରହିଛି। ଯେଉଁ କାମ ହାତକୁ ନେବେ ପୂରା ମନଯୋଗ ସହକାରେ କରିବେ। ଜୀବନସାଥୀଙ୍କ କଥା ମାନି ନିଅନ୍ତୁ; ସମ୍ବନ୍ଧରେ ମଧୁରତା ଆସିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ମକର : ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ନିକଟ ସ˚ପର୍କୀୟଙ୍କ ଦ୍ବାରା ଲାଭ ହେବ। ପାରିବାରିକ କଷ୍ଟ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
କୁମ୍ଭ : ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଆପଣଙ୍କ ମନ ବହି ପଢ଼ିବାକୁ କହିବ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ମୀନ : ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ବଢ଼ିପାରେ। ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦଦାୟକ ରହିବ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।