ଆଜିର ରାଶିଫଳ (ଶୁକ୍ରବାର)

ତା : ୨୧ / ୮/ ୨୦୨୦

ମେଷ : ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି । ମୂଲ୍ୟବାନ ଦ୍ରବ୍ୟଲାଭ ହେବ । ସରକାରୀସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ବୃଷ : କୁଳ-ବଂଶର ସମ୍ମାନ ରକ୍ଷା କରିବେ । ମନ ପ୍ରସନ୍ନରହିବ । ଦୟାଳୁସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଭଲ କାର୍ଯ୍ୟ କରି ସୁଖ ଭୋଗ କରିବେ । ବିଭିନ୍ନସ୍ତରରୁ ଅର୍ଥ ପ୍ରାପ୍ତ ହେବ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ମିଥୁନ : ବିବାଦୀୟ ଘଟଣାରେ ବିଜୟୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

କର୍କଟ : ସ୍ୱାଭିମାନୀ ହେବେ । ଜମିବାଡି ବିବାଦରେ ଜଡିତ ହୋଇ ପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । ସାମାନ୍ୟ ଅସୁସ୍ଥ ଅନୁଭବ କରିବେ । ସାମାନ୍ୟ ସ୍ୱାସ୍ଥ୍ୟ ଅସୁସ୍ଥ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ସିଂହ : ପରିଶ୍ରମର ମୂଲ୍ୟ ମିଳିବ । ଲକ୍ଷ୍ୟକୁ ହାସଲ କରିପାରନ୍ତି । କର୍ମକ୍ଷେତ୍ରରେ ଇଚ୍ଛା ଅନୁସାରେ ଫଳ ପ୍ରାପ୍ତ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କନ୍ୟା : ନିଜ ଉପରେ ଯେପରି ଚାପ ନ ପଡିବ ସେଥି ପାଇଁ ଚେଷ୍ଟାକରିବେ । ଆତ୍ମବଡିମା ଦେଖାଇ ପାରନ୍ତି । ଚାକିରିରେସୁନାମ ଅର୍ଜନ କରିବେ । ସତର୍କତା ନିହାତି ଆବଶ୍ୟକ । ବ୍ୟବସାୟ ଲାଭପ୍ରଦ ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ତୁଳା : ସମସ୍ୟାର ସମାଧାନ ହେବ । ଠିକ୍ ସମୟରେ, ଠିକ୍ ନିର୍ଣ୍ଣୟ ନିଅନ୍ତୁ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁରଲାଭ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ବିଛା : ସୁ-ସମ୍ବାଦ ଭୋଜନ ମିଳିବ । ଉଦାରସ୍ୱଭାବର ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଭଲ କାର୍ଯ୍ୟ କରି ପ୍ରଶଂସାରେ ପାତ୍ର ହେବେ । ସୁସ୍ଥ ଥିଲେ ବି ସତର୍କ ରୁହନ୍ତୁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ଧନୁ : ସଫଳତା ହାତ ଛଡା ହୋଇଯିବ । ମନ ପ୍ରସନ୍ନରହିବ । କାର୍ଯ୍ୟରେ ଉନ୍ନତି କରିବେ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ମକର : କିଛି ସମସ୍ୟାର ସମ୍ମୁଖୀନ ହେବେ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ଭାଗ୍ୟଶାଳୀ ହେବେ । ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । କାର୍ଯ୍ୟରେ ସ୍ଥିରତା ଆଣନ୍ତୁ ।ସୁଯୋଗ ହାତ ଛଡା ହୋଇଯିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

କୁମ୍ଭ : ସୁଖ-ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟର ପ୍ରେସର୍ ପଢିବ । ମୋକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ସହଯୋଗକୁ ହାତ ଛଡା କରନ୍ତୁ ନାହିଁ । ଅସୁସ୍ଥ ଅନୁଭବ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ମୀନ : ଘାତଚନ୍ଦ୍ର ଭୋଗ ଥିବାରୁ ସମସ୍ୟାକୁ ଜଗି ରଖି ଚଳିବେ । କାର୍ଯରେ ଶୃଙ୍ଖଳତା ଦେଖା ଦେବ । ଅସୁସ୍ଥ ଅନୁଭବ କରିବେ ।
ଥଣ୍ଡାକଫରେ ପୀଡିତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।