ଆଜିର ରାଶିଫଳ (ଶନିବାର)

ତା : ୬ / ୧୧ / ୨୦୨୧

ମେଷ: ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ। ଧର୍ମପ୍ରିୟ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନନେଇ ନିରବ ଦର୍ଶକ ହେବା ଭଲ। ପାଣ୍ଡିତ୍ୟ ପରିପ୍ରକାଶ ଘଟାଇପାରନ୍ତି।

ବୃଷ: ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି।ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। କାର୍ୟ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ।

ମିଥୁନ: କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। କାର୍ୟ୍ୟରେ ସଫଳତା ମିଳିବ। ସୁସମ୍ବାଦ ମିଳିପାରେ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କୀର୍ତ୍ତିମାନ୍‍ ହେବେ। ବିବାଦରେ ବିଜୟୀ ହେବେ।

କର୍କଟ: ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସୌଭାଗ୍ୟ ସମ୍ପନ୍ନ ହେବେ। ଭ୍ରମଣ ଶୁଭପ୍ରଦ ହେବ। କାର୍ୟ୍ୟକ୍ଷେତ୍ରରେ ସଫଳତା ମିଳିବ। ସମ୍ମାନିତ ହୋଇ ପାରନ୍ତି। ଧନଯୁକ୍ତ ହେବେ।

ସିଂହ: ଅର୍ଥାଭାବର ସମ୍ମୁଖୀନ ହେବାର ସୂଚନା ମିଳୁଛି। ଅଯଥା ପାରିବାରିକ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି।ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନରେ ଅବସ୍ଥା ସୁଧୁରିବ।

କନ୍ୟା: କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇ ସମୟ ଅନୁକୂଳ ଅଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ ମିଳନ ଘଟିପାରେ। ସୁଖକର ଘଟଣାମାନ ଘଟିବ। ଆନନ୍ଦ ଉପଭୋଗ କରିପାରନ୍ତି। ମୂଲ୍ୟବାନ୍‍ ଦ୍ରବ୍ୟ ମିଳିପାରେ।

ତୁଳା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ୟ୍ୟ କରିବେ।ସାରାଦିନ କାର୍ୟ୍ୟବ୍ୟସ୍ତ ରହିବେ। ଶୁଭକାର୍ୟ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।

ବିଛା: ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ। ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ସୁଖରେ ସୁଖୀ ହେବେ। ଶତ୍ରୁ ଦମନ କରିପାରନ୍ତି।

ଧନୁ: କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସେବା କାର୍ୟ୍ୟ ନିର୍ବିଘ୍ନରେ ସମ୍ପାଦନ କରିବେ। ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଦାତା, ଭୋକ୍ତା, ଗୁଣବାନ୍‍, ଧନୀ ଓ ମାନୀ ହୋଇପାରନ୍ତି। ସ୍ଥିିତିପ୍ରଜ୍ଞ ହେବେ।

ମକର: ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଦେବ ଦର୍ଶନର ସୁଯୋଗ ଅଛି। ଶ୍ରମ ସାର୍ଥକ ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାରେ ପାରଙ୍ଗମ ହେବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ।

କୁମ୍ଭ: ଯାତ୍ରା ଶୁଭଦାୟକ ହେବ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ପାରଙ୍ଗମ ହେବେ। ମନ ଚଞ୍ଚଳ ରହିବ। ଧୈର୍ୟ୍ୟବାନ୍‍ ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‍ ହୋଇପାରନ୍ତି।

ମୀନ: ସୁସ୍ଵାଦ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧିକ ରୋଜଗାରକ୍ଷମ ହେବେ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ସୁସ୍ଥ ରହିବେ। ନୂଆ ବନ୍ଧୁଙ୍କ ସାନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତ ହେବ।

Comments are closed.