ଆଜିର ରାଶିଫଳ (ବୁଧବାର)

ତା : ୧୦ / ୧୧ /୨୦୨୧

ମେଷ: କୌଣସି ପ୍ରକାରରେ ନିଜର କାମ ସଂପୂର୍ଣ୍ଣ କରିବେ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ବୃଷ: ଯେକୌଣସି କାମରେ ଲାଭ ପାଇବେ। ଆପଣଙ୍କର ସାହସ ଓ ଚିନ୍ତାକରିବାର କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ମିଥୁନ: କିଛି ଭଲ ଖବର ପାଇବେ। ପୂଜାପାଠରେ ସମୟ ବିତିବ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ଆପଣଙ୍କୁ କିଛି ନୂଆ ଅଭିଜ୍ଞତା ମିଳିବ।

କର୍କଟ: ସାମାଜିକ କାର୍ଯ୍ୟରେ ସମ୍ବଳ ବିନିଯୋଗ କରିବେ। ନୂଆ ସୁଯୋଗ ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବେ। ଛାତ୍ରଙ୍କୁ ଲେଖାପଢ଼ାରେ ଯଥେଷ୍ଟ ସଫଳତା ମିଳିବ।

ସିଂହ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ। ଧନଲାଭ ଯୋଗ ରହିଛି। କିଛି ନୂଆ ଶିଖିବାର ମଉକା ପାଇବେ।

କନ୍ୟା: ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ତୁଳା: ପୂର୍ବରୁ କରିଆସୁଥିବା କାମରେ ଲାଭ ପାଇବେ। ବହୁଦିନରୁ ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ପରିବାରରେ ଖୁସିର ଆଗମନ ହେବ।

ବିଛା: ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ। ବ୍ୟବସାୟ କାମରେ ବ୍ୟସ୍ତ ରହିବେ।

ଧନୁ: ଅଫିସରେ ଆପଣଙ୍କର ପ୍ରଶଂସା ହେବ। ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମିକାଙ୍କୁ ମନର କଥା କହିବେ।

ମକର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ହେବ। ଆପଣ ନିଜର ଲକ୍ଷ୍ୟ ଆଡ଼କୁ ଧ୍ୟାନ ସଜାଇ ରଖିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।

କୁମ୍ଭ: ସନ୍ଧ୍ୟା ସମୟ ଭଲରେ ଅତିବାହିତ ହେବ। ଅଚାନକ ଧନଲାଭ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ।

ମୀନ: ଆଜି ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଦିନଟି ଧାର୍ମିକ ଗତିବିଧିରେ ବିତିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ହାସଲ ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

Comments are closed.