ଆଜିର ରାଶିଫଳ (ସୋମବାର)

ତା : ୧୪ / ୯ /୨୦୨୦

ମେଷ : ଆୟରେ ଅଚାନକ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ଅଫିସରେ ଆପଣଙ୍କର କତ୍ତୃର୍ତ୍ବ ବଢ଼ିବ। ଶୁଭ ରଙ୍ଗ କଫି । ଶୁଭ ସଂଖ୍ୟା ୬ ।

ବୃଷ : ଗୋଟେ ପରେ ଗୋଟେ କାମ ସ˚ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ।ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ । ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଶୁଭ ରଙ୍ଗ ପିଚ । ଶୁଭ ସଂଖ୍ୟା ୩ ।

ମିଥୁନ : ସାମର୍ଥ୍ୟ ଅନୁଯାୟୀ କାମକୁ ସରଳ ଭାବେ ପୂରଣ କରିନେବେ। ଅଫିସରେ ବଡ଼ କାମର ଦାୟିତ୍ବ ମିଳିପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳ ମିଳିବ। ଶୁଭ ରଙ୍ଗ ହଳଦିଆ । ଶୁଭ ସଂଖ୍ୟା ୨ ।

କର୍କଟ : ଧନପ୍ରାପ୍ତିର ଯୋଗ ରହିଛି। ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ରାଜନେତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ପ୍ରେମରେ ସଫଳତା ମିଳିବ। ଶୁଭ ରଙ୍ଗ ସବୁଜ। ଶୁଭ ସଂଖ୍ୟା ୭ ।

ସି˚ହ : ଆର୍ଥିକ ମାମଲାରେ ସାବଧାନତାର ସହ କାମ କରନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ବନ୍ଧୁ ସହିତ ସମ୍ବନ୍ଧ ଘନିଷ୍ଠ ହେବ। ଶୁଭ ରଙ୍ଗ ଲାଲ । ଶୁଭ ସଂଖ୍ୟା ୫ ।

କନ୍ୟା : ଭାବିଚିନ୍ତି ନୂଆ କାରବାରରେ ପୁଞ୍ଜି ନିବେଶ କରନ୍ତୁ।ସମାଜରେ ଲୋକମାନଙ୍କ ସହିତ ଭଲ ବୁଝାମଣା ରହିବ। ଘର ଖର୍ଚ୍ଚ ବଢ଼ିପାରେ। ଶୁଭ ରଙ୍ଗ ଲାଲ । ଶୁଭ ସଂଖ୍ୟା ୧ ।

ତୁଳା : ବ୍ୟବସାୟରେ ଧନଲାଭର ସୂଚନା ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।ଶୁଭ ରଙ୍ଗ ନୀଳ । ଶୁଭ ସଂଖ୍ୟା ୬ ।

ବିଛା : ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭ ରଙ୍ଗ ହଳଦିଆ । ଶୁଭ ସଂଖ୍ୟା ୯ ।

ଧନୁ : ଆପଣଙ୍କ କାମ ମନ୍ଥର ଗତିରେ ପୂରା ହେବ। କିଛି ଜିନିଷର ଅଭାବ ଅନୁଭବ କରିପାରନ୍ତି। ଅଫିସରେ କାହାରି ସହିତ ମତଭେଦ ହୋଇପାରେ। ଶୁଭ ରଙ୍ଗ ବାଇଗଣୀ । ଶୁଭ ସଂଖ୍ୟା ୩ ।

ମକର : ମନର କଥା ଅନ୍ୟମାନଙ୍କୁ ଅବଗତ କରାଇବାରେ ସଫଳ ହେବେ।ଦୃଢ଼ ମନୋବଳ ଆପଣଙ୍କୁ ସଫଳତା ଆଣିଦେବ। ସୁସମ୍ବାଦ ପାଇବେ। ଶୁଭ ରଙ୍ଗ ସବୁଜ । ଶୁଭ ସଂଖ୍ୟା ୫ ।

କୁମ୍ଭ : ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ।ସବୁ କାମରେ ସଫଳତା ହାସଲ କରିବେ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭ ରଙ୍ଗ କ୍ରିମ । ଶୁଭ ସଂଖ୍ୟା ୨ ।

ମୀନ : କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ।କୌଣସି କାମରେ ବାହାରକୁ ଯାତ୍ରା କରିପାରନ୍ତି। କାରବାରରେ ସଫଳତା ପାଇବେ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ସଂଖ୍ୟା ୮ ।