ମେଷ: ଧାର୍ମିକ କାର୍ଯ୍ୟ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣଙ୍କ ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରି ମିଳିପାରେ। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
ବୃଷ: ନିଜର ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି। ଛାତ୍ରଙ୍କୁ କୌଣସି ଶୁଭ ସମାଚାର ମିଳିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ମିଥୁନ: ପୂଜାପାଠରେ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରିୟତମଙ୍କୁ ମନ କଥା କହିବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
କର୍କଟ: ଜୀବିକା, ପରିବାର ଓ ବନ୍ଧୁଙ୍କ ମଧୢରେ ଭାରସାମ୍ୟ ବଜାୟ ରଖନ୍ତୁ। ଜୀବନରେ ଆଗକୁ ବଢ଼ିବା ଲାଗି ଭଲ ସୁଯୋଗ ଆସିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ସି˚ହ: ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ଆର୍ଥିକ ସ୍ଥିତି ମଜଭୁତ ହେବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। କାହାରି ଠାରୁ ଖୁସି ଖବର ପାଇବେ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
କନ୍ୟା: ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ। କୌଣସି ଶୁଭ ସୂଚନା ପାଇବେ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ତୁଳା: ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ରାଜନୀତିକ ବ୍ୟକ୍ତିଙ୍କ ସହିତ ଆପଣଙ୍କ ସାକ୍ଷାତ ହେବ। ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ବିଛା: ଯାହା ବି କାମ କରିବେ ସଫଳତା ପାଇବେ। କୃଷିଜୀବୀଙ୍କୁ ଧନଲାଭ ହେବ। ନୂଆ ଘର ତିଆରି କରିବା ଲାଗି ଆଗ୍ରହ ବଢ଼ିବ। ଘରକୁ ବନ୍ଧୁ ଆସିବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ଧନୁ: ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଅଭିନେତାଙ୍କୁ ରଚନାତ୍ମକ କାର୍ଯ୍ୟ ପାଇଁ ପ୍ରଶ˚ସା ମିଳିବ। ଜୀବନସାଥୀଙ୍କୁ ସୁନା ମୁଦି ଉପହାର ଦେଇପାରନ୍ତି। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ମକର: ଲେଖକ ଓ ଅଭିନେତାଙ୍କ ଲାଗି ଦିନଟି ଭଲ। ବନ୍ଧୁଙ୍କ ସହିତ ଲମ୍ବା ସମୟ ଧରି କଥା ହେବେ। ଚାକିରିରେ ପଦୋନ୍ନତି ମିଳିପାରେ। ବେପାରରେ ଲାଭ ହେବ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
କୁମ୍ଭ: ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କ ମନକୁ ଶାନ୍ତି ମିଳିବ। ବେପାର ଉଦ୍ୟୋଗରେ ଲାଭ ହେବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ମୀନ: ଯାହା କହୁଛନ୍ତି ଧୀରେ ଓ ସ୍ପଷ୍ଟ ଭାବରେ କୁହନ୍ତୁ। ଅନ୍ୟମାନେ ଯେପରି ଆପଣଙ୍କୁ ମନେ ରଖିବେ, ସେ ଦିଗରେ ପ୍ରୟାସ କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।