ମେଷ : ବନ୍ଧୁବର୍ଗଙ୍କ ସହଯୋଗ ପାଇବେ। ଜୀବନରେ ଆଗକୁ ବଢ଼ିବା ପାଇଁ ଦିନଟି ଉତ୍ତମ ରହିବ। ଧର୍ମସ୍ଥାନକୁ ଯିବାର ଯୋଗ ରହିଛି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
ବୃଷ : ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ସୂଚନା ମିଳିପାରେ। ବ୍ୟବସାୟରୁ ଆଶାଜନକ ଫଳ ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
ମିଥୁନ : ନୂଆ କାମ ଆରମ୍ଭ କରନ୍ତୁ; ଲାଭ ହେବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପୂଜାପାଠରେ ଅଧିକ ସମୟ ବିତିବ। ପ୍ରେମିକ ଠାରୁ ଉପହାର ପାଇବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
କର୍କଟ : ଧନଲାଭର ନୂଆ ମାର୍ଗ ଖୋଲିବ। ଘରେ ସୁଖଦ ବାତାବରଣ ବଜାୟ ରହିବ। ଧର୍ମସ୍ଥାନକୁ ଯିବାର ଯୋଗ ରହିଛି। କାରବାରରେ କୌଣସି ଲୋକ ସହାୟକ ହେବେ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
ସି˚ହ : ଆର୍ଥିକ ସ୍ଥିତି ମଜଭୁତ ହେବ। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ପ୍ରେମରେ ସଫଳତା ମିଳିବ। ଛାତ୍ରମାନେ ଲେଖାପଢ଼ାରେ ଧୢାନ ଦିଅନ୍ତୁ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
କନ୍ୟା : ବ୍ୟବସାୟରେ ସବୁ କିଛି ଭଲ ହେବ। ସଫଳତାର ନୂଆ ପାହାଚରେ ପାଦ ରଖିବେ। ଅଧିକାରୀଙ୍କ ସହିତ ଖାସ୍ ବିଷୟରେ ଆଲୋଚନା କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ତୁଳା : ସ୍ବଭାବ ଶାନ୍ତ ଓ ବ୍ୟବହାର ମଧୁର ରହିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଫଳ ମିଳିବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ବିଛା : ବନ୍ଧୁଙ୍କ ସହିତ କୌଣସି ବିଷୟରେ ଚର୍ଚ୍ଚା କରିବେ। ଅଫିସରେ ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହୋଇପାରେ। ବ୍ୟବସାୟଙ୍କୁ ଯଥେଷ୍ଟ ଲାଭ ମିଳିବ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ଧନୁ : ଧନଲାଭର ନୂଆ ମାର୍ଗ ଖୋଲିବ। ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ମକର : ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଅଧିକତର କାମ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନରେ ଆପୋସ ବୁଝାମଣା ବଜାୟ ରହିବ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
କୁମ୍ଭ : ଆଜି ଖୁସି ଖବର ପାଇବେ। ନିଜକୁ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବେପାରୀଙ୍କ ଲାଗି ଦିନଟି ଭଲ ରହିବ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
ମୀନ : ଉନ୍ନତି ପାଇଁ ସୁଯୋଗ ମିଳିପାରେ। ଖୁସ୍ ମିଜାଜରେ ରହିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଭଲ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।