୨୦ ଲକ୍ଷ ୫୮ ହଜାର ହିତାଧିକାରୀଙ୍କ ଚାଉଳ ବନ୍ଦ : ଖାଦ୍ୟ ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ୱର ୧୫/୦୭: ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର । ଇ-କେୱାଇସି କରିନଥିବା ଲୋକଙ୍କୁ ସରକାର ଦେଲେ ଶେଷ ଚେତାବନୀ । ୩ ମାସ ମଧ୍ୟରେ ଇ-କେୱାଇସି ନକଲେ କାର୍ଡ ଗୁଡ଼ିକ କାଟିଦିଆଯିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରୋକଠୋକ୍ ଶୁଣାଇ ଦେଇଛନ୍ତି । ରାଜ୍ୟରେ ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ ଇ-କେୱାଇସି କରିନାହାନ୍ତି। ଇ-କେୱାଇସି କରିନଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି ।ଯଦି ଚାଉଳ ଯାଉନି ସେମାନେ ଇ-କେୱାଇସି କଲେ ସରକାର ଚାଉଳ ଦେବେ। ଇ-କେୱାଇସି କରିନଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିଛନ୍ତି ସରକାର। ୩ ମାସରେ ଇ-କେୱାଇସି ନକଲେ କାର୍ଡ ଗୁଡ଼ିକ କାଟି ଦିଆଯିବ। ନେଟୱର୍କ ନଥିବା ଜିଲ୍ଲାମାନଙ୍କରେ ନେଟୱର୍କ ବ୍ୟବସ୍ଥା କରାଯାଇଛି । ସେହିଭଳି ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

SBI AD
Leave A Reply

Your email address will not be published.