ଭୁବନେଶ୍ଵର, ୧୮/୮ : ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। କାର୍ଯ୍ୟରେ ଅବହେଳା କାରଣରୁ ସେ ନିଲମ୍ବିତ ହୋଇଥିବା ଜଣାପଡିଛି। ନିଲମ୍ବନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି। କୋଭିଡ୍ ମୁକାବିଲା ପାଇଁ ଗଞ୍ଜାମରେ ଓଏସ୍ଡି ଥିଲେ ପୂର୍ଣ୍ଣଚନ୍ଦ୍ର ଜେନା। ତେବେ ତାଙ୍କୁ ରାୟଗଡ଼ା ମୁଖ୍ୟ କାର୍ଯ୍ୟାଳୟ ନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି।