ନୂଆଦିଲ୍ଲୀ,୮/୨ : ଆଜି ଆର୍ବିଆଇର ମନିଟାରୀ ପିଲିସି କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍କୁ ପୁଣି ୨୫ ବେସିସ୍ ପଏଣ୍ଟ ବଢ଼ାଇଛି ରିଜର୍ଭ ବ୍ୟାଙ୍କ୍। ଫଳରେ ବ୍ୟାଙ୍କ ଲୋନ୍ ମହଙ୍ଗା ହୋଇଛି। ପୂର୍ବ ଅପେକ୍ଷା ଆପଣଙ୍କୁ ଋଣ ପାଇଁ ଅଧିକ ଇଏମ୍ଆଇ ଦେବାକୁ ପଡ଼ିବ।
ଅନେକ ସମୟରେ ଠିକ୍ ସମୟରେ ଇଏମ୍ଆଇ ନ ଭରିବାରୁ ବ୍ୟାଙ୍କ କିମ୍ବା ଏନ୍ବିଏଫ୍ସି (ନନ୍ ବ୍ୟାଙ୍କ ଫାଇନାନ୍ସିଆଲ୍ ଇନ୍ଷ୍ଟିଚ୍ୟୁସନ)ଗୁଡିକ ଗ୍ରାହକଙ୍କ ଉପରେ ମନ ଇଚ୍ଛା ଫାଇନ ପକାଇଥାନ୍ତି। ବାଧ୍ୟ ହୋଇ ଗ୍ରାହକଙ୍କୁ ଏହି ପେନାଲ୍ଟି ଦେବାକୁ ପଡ଼ିଥାଏ। ଏବେ ଆର୍ବିଆଇ ଏହି ଫାଇନ୍ ଉପରେ କଟକଣା ଲଗାଇବ।
ଫଳରେ ଉଚିତ ସମୟରେ EMI ନ ଦେଇଥିବା ଗ୍ରାହକଙ୍କ ଉପରେ ବ୍ୟାଙ୍କ କିମ୍ବା ଏନ୍ବିଏଫ୍ସିଗୁଡିକ ଆଉ ମନ ଇଚ୍ଛା ଆଉ ଫାଇନ ଲଗାଇ ପାରିବେ ନାହିଁ। ଏଥିପାଇଁ ଫାଇନ୍ ରାଶି କେତେ ହେବ ତାହା RBI ସ୍ଥିର କରିବ ବୋଲି ମନିଟାରି ପଲିସି କମିଟିରେ ନିଷ୍ପତ୍ତି ହୋଇଛି। କାରଣ ଏନ୍ବିଏଫ୍ସି ଦ୍ୱାରା ଲଗାଯାଉଥିବା ଫାଇନ ଏକ ଆୟର ଜରିଆ ହେବା ଉଚିତ ନୁହେଁ ବୋଲି RBI କହିଛି।
