ଓଡିଶାରେ ପୁନଃ ସଂକ୍ରମଣ ହେଉଛି କରୋନା : ଲୋକମାନଙ୍କୁ ସଚେତନ ରହିବାକୁ ପରାମର୍ଶ

ଭୁବନେଶ୍ୱର, ୩୦/୧୦ : ଓଡ଼ିଶାରେ ‘ରି-ଇନ୍‌ଫେକ୍‌ସନ୍‌’ ହେଉଛି କରୋନା ଭାଇରସ୍‌। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସର ନିର୍ଦ୍ଦେଶକ ଅଜୟ ପରିଡ଼ା ।

ସେ କହିଛନ୍ତି ଯେ, ଓଡ଼ିଶାରେ କରୋନାର ପୁନଃସଂକ୍ରମଣ ହେଉଛି କିନ୍ତୁ ବହୁତ ଅନ୍ୟ ରାଜ୍ୟ ତୁଳନାରେ ତାହା ଖୁବ୍ କମ୍‌। ଆଇଏଲ୍‌ଏସ୍‌ରେ କିଛି ବ୍ୟକ୍ତିଙ୍କର ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩/୪ ଜଣଙ୍କ ପୁନଃସଂକ୍ରମଣ ହେଉଥିବା ଲକ୍ଷ୍ୟ କରାଯାଉଛି । ଥରେ ପଜିଟିଭ ହେବା ପରେ ପୁଣି କାହିଁକି ରି-ଇନ୍‌ଫେକ୍ସନ ହେଉଛି, ତାର ତର୍ଜମା ଚାଲିଛି। ରାଜ୍ୟରେ ସେକେଣ୍ଡ ଓ୍ବେଭ୍‌ ସମ୍ଭାବନା ରହିଛି। ତେଣୁ ଲୋକମାନେ ସଚେତନ ହେବା ଦରକାର ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ସେ ଜଣାଇଛନ୍ତି ଯେ, ଶୀତରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି। ତେଣୁ ସଜାଗ ନ ରହିଲେ ସଂକ୍ରମଣ ବଢ଼ିବ। ବର୍ତ୍ତମାନ ସଂକ୍ରମଣ କମିଛି କିନ୍ତୁ ସତର୍କ ନହେଲେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ।