ଘରେ ପ୍ରସ୍ତୁତ କରନ୍ତୁ କାଠି ଚିକେନ

0

ଆବଶ୍ୟକ ସାମଗ୍ରୀ : ବୋନଲେସ ଚିକେନ, ଦହି, ଲେମ୍ବୂରସ, ଲୁଣ, ଲଙ୍କାଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ରିଫାଇନ ତେଲ, ଶାଳପତ୍ର, ଆଲୁମିନିୟମ ଫଏଲ ଓ ଗୋଲ ମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ଲେମ୍ବୂରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ୧୫ ମିନିଟ୍ ପରେ ସେଥିରେ ଲଙ୍କାଗୁଣ୍ଡ, ଗରମ ମସଲା, ଅଦାରସୁଣ ବଟା ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତା’ସହିତ କିଛି ରିଫାଇନ ତେଲ ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ରଖନ୍ତୁ।

ଏହା ପରେ ବାଉଁଶ କାଠିରେ ମସଲା ଗୋଳା ଚିକେନକୁ ପୂରାଇ ତାକୁ ଶାଳପତ୍ରରେ ଗୁଡାଇ ଦିଅନ୍ତୁ। ଚିକେନ ଯେମିତି ଅଧିକ ନ ପୋଡ଼ିଯିବ ସେଥିପାଇଁ ତା’ଉପରେ ଆଲମୁନିୟମ ଫଏଲର କଭର ଦେଇ ଦିଅନ୍ତୁ। ଏହା ପରେ ଧିମା ଆଞ୍ଚରେ ଗ୍ୟାସ ଚୁଲା ଉପରେ ଛାଞ୍ଚ ଦ୍ୱାରା ଏହାକୁ ପୋଡ଼ନ୍ତୁ।

ମଝିରେ ମଝିରେ ଏହାକୁ ଲେଉଟାଇ ଦିଅନ୍ତୁ। ୧୫ରୁ ୨୦ ମିନିଟ୍ ପରେ ଏହାକୁ ଗ୍ୟାସ ଚୁଲାରୁ ବାହାର କରି ଦିଅନ୍ତୁ। ପରେ ସେଥିରେ ରିଫାଇନ ତେଲ ମାରି ନିଆଁରେ ପୁଣି ଥରେ ପୋଡ଼ନ୍ତୁ। ପ୍ରସ୍ତୁତ ହୋଇଗଲା କାଠି ଚିକେନ।

Leave A Reply

Your email address will not be published.