ଆନ୍ଧ୍ରର ରେକର୍ଡ: ଗୋଟିଏ ଦିନରେ ୧୩ ଲକ୍ଷ ଡୋଜ ଟୀକାକରଣ

ଅମରାବତି: ଟୀକାକରଣରେ ଆନ୍ଧ୍ର ପ୍ରଦେଶ ଆଗରେ । ଦିନକରେ ୧୩ ଲକ୍ଷରୁ ଅଧିକ ଟୀକାକରଣ କରି ରେକର୍ଡ କରିଛି ଆନ୍ଧ୍ର। ରବିବାର ଗୋଟିଏ ଦିନରେ ରାଜ୍ୟରେ ହୋଇଛି ୧୩,୪୫,୦୦୪ ଡୋଜ୍ର ଟୀକାକରଣ । ଫଳରେ ରାଜ୍ୟରେ ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୧ କୋଟି ଅତିକ୍ରମ କରିଛି। ଏହି ଟିକାକରଣ ପରେ ରାଜ୍ୟ ସରକାର କହିଛନ୍ତି, “ରାତି ୮ଟା ସୁଦ୍ଧା ୧୩ ଲକ୍ଷରୁ ଅଧିକ ଡୋଜର ଟୀକାକରଣ ସରିଛି। ଏହା ଜାତୀୟ ଟୀକାକରଣର ପ୍ରାୟ ୫୦%। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଛି।

ଯଦି ଭାରତ ସରକାର ଠିକ ଭାବେ ଟିକା ଯୋଗାଇ ଦେବେ, ତା’ହେଲେ ଆମ ମେଡିକାଲ ଟିମ ଓ ଅନ୍ୟ ଅଧିକାରୀମାନେ ଦିନକରେ ୧ କୋଟି ଡୋଜ୍ର ଟିକାକରଣ କରିବାକୁ ସକ୍ଷମ ହେବେ। ଏହାର ତା’ର ଏକ ଉଦାହରଣ। ବିଶାଖାପଟନମ, ପୂର୍ବ ଗୋଦବରୀ, ପଶ୍ଚିମ ଗୋଦାବରୀ କ୍ରିଷ୍ଣା ଓ ଗୁଣ୍ଠୁର ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ। ସେମାନଙ୍କ ଉଦ୍ୟମ ଯୋଗୁ ଏହି ସବୁ ଜିଲ୍ଲାରେ ଗୋଟିଏ ଦିନକରେ ୧ ଲକ୍ଷ ଡୋଜ୍ର ଟିକାକରଣ ହୋଇପାରିଛି।”