୨୮ରେ ଏନସିଏସସିଡ଼ିଏ ପକ୍ଷରୁ ନିଯୁକ୍ତି ମେଳା

ଭୁବନେଶ୍ୱର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (ଏନସିଏସସିଡ଼ିଏ), ଭୁବନେଶ୍ୱର ତରଫରୁ ଏନସିଏସସିଡ଼ିଏ କ୍ୟାମ୍ପସ ପରିସରରେ ୨୮ଅକ୍ଟୋବରରେ ଏକ ନିଯୁକ୍ତି ମେଳା ଆୟୋଜିତ ହେବ । ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- ହାଉସ କିପିଙ୍ଗ, ଗ୍ରାହକ କେୟାର ଏକ୍ଜିକ୍ୟୁଟିଭ୍, ସେଲ୍ସ ଆସୋସିଏଟ୍, କିଚେନ ହେଲପର, ସୁପରଭାଇଜର, ଟେଲି ମାର୍କେଟିଂ ପ୍ରାୟ ୪୦୦ରୁ ଅଧିକପଦବୀ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀ / ସଂସ୍ଥା ଅଂଶଗ୍ରହଣ କରୁଛନ୍ତି ।

ପଂଚମ ଶିକ୍ଷାଗତ ପାସ୍, ଦଶମ ପାସ୍ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ । ତେଣୁ ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର ଆବଶ୍ୟକ ।

SBI_Festive_Digital Billboard