ଆସନ୍ତାକାଲିଠାରୁ କାର୍ତ୍ତିକ ବ୍ରତ ସଂକଳ୍ପ କରିବେ ହବିଷ୍ୟାଳି

ଭୁବନେଶ୍ୱର, ୦୬/୧୦ : ଆଜିଠୁ ହବିଷ୍ୟାଳିମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଆସନ୍ତାକାଲିଠାରୁ କାର୍ତ୍ତିକ ମାସ ଆରମ୍ଭ ହେବାକୁ ଥିବାବେଳେ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ କରିବେ । ପୁରୀରେ ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ସ୍ଥାନ ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ କଲ୍ୟାଣ ମଣ୍ଡପ , ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରହଣି ବ୍ୟବସ୍ଥା ହୋଇଛି । ହବିଷ୍ୟାଳିଙ୍କ ରହଣି ସ୍ଥାନରେ ପୋଲିସର ସୁରକ୍ଷା, ଶୃଙ୍ଖଳା ଓ ସୁବିଧା ବ୍ୟବସ୍ଥା ରହିଛି। ସେହିପରି ଶ୍ୱେତଗଙ୍ଗା, ମାର୍କଣ୍ଡେଶ୍ୱର ଓ ନରେନ୍ଦ୍ର ପୁଷ୍କରିଣୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିଛି । ଏମାନଙ୍କ ଦାୟିତ୍ବରେ ଜଣେ ଅତିରିକ୍ତ ଏସପି, ୬ ଇନସ୍ପେକ୍ଟର, ୬ ସବ ଇନସ୍ପେକ୍ଟର ରହିଛନ୍ତି । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମାଆମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ସରକାରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରୁଛି । ହବିଷ୍ୟାଳିମାନଙ୍କ ପାଇଁ ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରାଯିବ । ସେମାନଙ୍କୁ ସ୍ବତନ୍ତ୍ର ଗାଡ଼ିରେ ନେଇ ଜଗନ୍ନାଥ ଦର୍ଶନ ବ୍ୟବସ୍ଥା କରାଯିବା ସହିତ ରାଧା ଦାମୋଦର ପୂଜା, ଆକାଶ ଦୀପ, ଚଉରା ପୂଜା, କାର୍ତ୍ତିକ ପୁରାଣ ପାଠ, ଭାଗବତ ପ୍ରବଚନ କରାଯିବାର ବ୍ୟବସ୍ଥା କରାଯିବ ।

 

SBI_Festive_Digital Billboard