ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଆଖୁରସ

ଶରୀର ସୁସ୍ଥ ରହିଲେ ଆମକୁ ଫୂର୍ତ୍ତି ଅନୁଭବ ହୋଇଥାଏ । ସେଥିପାଇଁ ଅଧିକାଂଶ ଲୋକ ଅନେକ ଉପଚାରକୁ ଆପଣାଇ ଥାଆନ୍ତି । କିଏ ଜିମ୍ ଯାଆନ୍ତି ତ ଆଉ ପୁଣି କିଏ ପୋଷକଯୁକ୍ତ ଖାଦ୍ୟ ତାଙ୍କ ଖାଇବା ଲିଷ୍ଟରେ ଆଡ୍ କରିଥାଆନ୍ତି । ତେଣୁ ପନିପରିବାଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଜିନିଷ ଆମ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ । ସୁସ୍ଥ ଶରୀର ପାଇଁ ଜୁସ ମଧ୍ୟ ଖୁବ ଲାଭକାରୀ । ଖାଲି ଫଳ ନୁହେଁ ପନିପରିବା ଜୁସ ବି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ । ଋତୁ ଅନୁସାରେ ମିଳୁଥିବା ଫଳ ଜୁସ ପିଇଲେ ଶରୀରକୁ ଆବଶ୍ୟକ ମୁତାବକ ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ କିଛି ଫଳ ଏମିତି ଅଛି ଯାହାର ଜୁସ ବର୍ଷର ଯେକୌଣସି ସମୟରେ ବି ପିଇଲେ ଆପଣଙ୍କ ଶରୀରକୁ ଫାଇଦା ମିଳିଥାଏ । ଆପଣ ମାନେ ତ ଆଖୁ ଖାଇଥିବେ ଆଉ ଏହାର ଜୁସ ବି ପିଇଥିବେ । ଶୀତଋତୁରେ ଏହାର ରସ ଶରୀରକୁ ପୋଷକ ଯୋଗାଇଥିବା ବେଳେ ଗରମ ଦିନରେ ଏହା ଥଣ୍ଡା ରଖିଥାଏ । ଖାଲି ସେତିକି ନୁହେଁ ଶରୀରର ଇମ୍ୟୁନିଟିକୁ ବଢ଼ାଇଥାଏ । ଆଉ ସବୁଠୁ ବଡ କଥା ହେଉଛି ଆଖୁରସରେ ଫ୍ୟାଟ ଖୁବ କମ ପରିମାଣରେ ଥାଏ । ତେବେ ଆସନ୍ତୁ ଆଖୁର ଆଉ କିଛି ଉପକାରୀ ଗୁଣ ବିଷୟରେ ଜାଣିବା । ଅନେକ ବଡ ବଡ ରୋଗ ପାଇଁ ଆଖୁରସ ଗୁଣକାରୀ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଜଣ୍ଡିଜ ରୋଗୀ ମାନେ ନିୟମିତ ଭାବରେ ଏହାର ରସ ପିଇଲେ ସେମାନଙ୍କ ଲିଭର ସୁସ୍ଥ ରହିଥାଏ । ଯାହାକୁ ଲିଭରର ସଂଜୀବନୀ ଭାବେ ପ୍ରମାଣିତ ହୋଇଛି । ଆଖୁ ରସ ଇମ୍ୟୁନିଟି ବୃଦ୍ଧି କରିବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଖୁବ କମ ଲୋକ ଜାଣନ୍ତି ଆଖୁ ରସ ତ୍ୱଚାରେ ଚମକ ଆଣିପାରେ । ଆଖୁ ରସ ପିଇବା ଦ୍ୱାରା ବ୍ରଣ ଆଦିରୁ ମଧ୍ୟ ମୁକ୍ତି ମିଳିଥାଏ । ଆଖୁରସ ପିଇଲେ ଏହା ରକ୍ତ ସଫା କରିବା ସହ ଏଥିରେ ଥିବା କ୍ୟାଲସିୟମ, ମ୍ୟାଗନେସିୟମ, ଫସରଫରସ, ଆଇରନ, ପୋଟାସିୟମ ଆମ ହାଡ ମଜବୁତ କରିଥାଏ ।

SBI_Festive_Digital Billboard