ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କୁ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ,୨୭/୧୨: ଭାରତୀୟ ଜନତା ପାର୍ଟି ଆଜି ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ଘୋଷଣା କରିଛି। ସେ ପୂର୍ବରୁ ସାଲିମାର୍‌ ବାଗ୍‌ରେ ୩ ଥର କାଉନ୍‌ସିଲର୍‌ ହୋଇ ସାରିଥିବା‌ ବେଳେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦଳ ତାଙ୍କୁ ଚୟନ କରିଛି।

ବିଜେପି ରେଖା ଗୁପ୍ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ଦ୍ବାରକା କାଉନ୍‌ସିଲର୍‌ କମଲଜୀତ୍‌ ‌ଶେରୱାତ୍‌ଙ୍କୁ ‌ଷ୍ଟାଣ୍ଡିଂ କମିଟି ମେମ୍ବର ପଦବୀ ପାଇଁ ବାଛିଚି। ସେ ପୂର୍ବରୁ ଦକ୍ଷିଣ ଦିଲ୍ଲୀ ମୁନିସିପାଲ୍‌ କର୍ପୋରେସନ୍‌ରୁ ମେୟର ରହି ସାରିଛନ୍ତି।

ଏହା ପୂର୍ବରୁ ଶୁକ୍ରବାର ଆମ୍ ଆଦ୍‌ମୀ ପାର୍ଟି (ଆପ୍) ଦିଲ୍ଲୀର ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଶେଲି ‌ଓବରୟଙ୍କୁ ମେୟର ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବା ବେଳେ ଡେପୁଟି ମେୟର ପ୍ରାର୍ଥୀ ଭାବେ ଆପ୍‌ର ମାଟିଆ ମହଲ ବିଧାୟକ ଶୋଇବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ ମନୋନୀତ କରାଯାଇଛି।

SBI AD