ଜିଓର ନୂଆ ଅଫ୍‌ର : ମାତ୍ର ୫୦ ଟଙ୍କାରେ ପାଇପାରିବେ “ମ୍ୟାଚିଙ୍ଗ ନମ୍ବର”

ଭୁବନେଶ୍ୱର, ୦୭/୦୮ : ରିଲାଏନ୍ସ ଜିଓର ନୂଆ ଅଫର୍। କମ୍ପାନି ଆରମ୍ଭ କରିଛି “ମ୍ୟାଚିଙ୍ଗ ନମ୍ବର” ଚୟନ ସୁବିଧା। ଏଥିରେ ଗ୍ରାହକମାନେ ଏବେ ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ସେମାନଙ୍କ ପସନ୍ଦର ମୋବାଇଲ୍ ନମ୍ବର କ୍ରମ ଚୟନ କରିପାରିବେ। ଏହି ନୂତନ ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧାର ଲାଭ ନେଇ ଗ୍ରାହକମାନେ ଏବେ ନିଜ ପାଇଁ ତଥା ନିଜ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ପାଇଁ ଚାରିରୁ ସାତଟି ଶେଷ ମ୍ୟାଚିଙ୍ଗ ମୋବାଇଲ ନମ୍ବରର ମିଶ୍ରଣ ବାଛିପାରିବେ। ଗ୍ରାହକମାନେ ଏକ କ୍ରମିକ ନମ୍ବର ବାଛିପାରିବେ ଯାହା ପୂର୍ବରୁ ଥିବା ମୋବାଇଲ୍ ନମ୍ବର, ଯାନବାହନ ପଞ୍ଜିକରଣ ନମ୍ବର, ଜନ୍ମ ତାରିଖ, କିମ୍ବା ସେମାନଙ୍କ ପସନ୍ଦର ଯେକୌଣସି ଭାଗ୍ୟବାନ ନମ୍ବର ସହିତ ମ୍ୟାଚିଙ୍ଗ ହେଉଥିବ। ଜିଓ ମ୍ୟାଚିଙ୍ଗ ନମ୍ବର ଚୟନ ସୁବିଧା ମାଧ୍ୟମରେ ପରିବାର ତଥା କ୍ଷୁଦ୍ର ବ୍ୟବସାୟଗୁଡିକ ପାଇଁ ନୂଆ ତଥା ଏକକ ପରିଚୟ ସୃଷ୍ଟି କରିବାର ଅନନ୍ୟ ସୁଯୋଗ ଆଣି ଉପଭୋକ୍ତାମାନଙ୍କୁ ସଶକ୍ତ କରୁଛି। ଜିଓ ମ୍ୟାଚିଙ୍ଗ ନମ୍ବର ଚୟନ ସୁବିଧାର ଲାଭ ଗ୍ରାହକମାନେ ଏକାଧିକ ସୁବିଧାଜନକ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଗ୍ରାହକମାନେ ମାଇଁ ଜିଓ ଆପ୍ପ, ଜିଓ ୱେବସାଇଟ କିମ୍ବା ଅନୁମୋଦିତ ଜିଓ ରିଟେଲରଙ୍କ ପାଖରେ ଉପଲବ୍ଧ ବ୍ୟାପକ ମ୍ୟାଚିଙ୍ଗ ନମ୍ବରଗୁଡ଼ିକ ମଧ୍ୟରୁ ନିଜ ପସନ୍ଦର ନମ୍ବର ଖୋଜିପାରିବେ ଏବଂ ଚୟନ କରିପାରିବେ। ଗ୍ରାହକମାନେ ମଧ୍ୟ ବୁକିଂ ପରେ ମାଗଣା ହୋମ୍ ଡେଲିଭରି ବିକଳ୍ପ ବାଛିପାରିବେ କିମ୍ବା ସିମ ଆକ୍ଟିଭେଟ କରିବା ପାଇଁ ନିକଟସ୍ଥ ଜିଓ ଷ୍ଟୋର ପରିଦର୍ଶନ କରିପାରିବେ। କେୱାଇସି ଓ ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ, ଜିଓ ପ୍ରିପେଡ୍ ପ୍ଲାନରେ ନୂତନ ସିମ କାର୍ଡ ଆକ୍ଟିଭେଟ ବା ସକ୍ରିୟ ହେବ। ମ୍ୟାଚିଙ୍ଗ ନମ୍ବର ବୁକିଂ କରିବାର ୧୦ ଦିନ ମଧ୍ୟରେ ଗ୍ରାହକଙ୍କୁ ଏହା ଆକ୍ଟିଭେଟ କରିବା ଆବଶ୍ୟକ। ଏସମ୍ପର୍କରେ ଅଧିକ ସୂଚନା ପାଇଁ www.jio.com ପରିଦର୍ଶନ କରନ୍ତୁ କିମ୍ବା ମାଇଁ ଜିଓ ଆପ୍ ଡାଉନଲୋଡ୍ କରନ୍ତୁ।