୧୨୭ ବର୍ଷ ପରେ ଭାରତକୁ ଫେରିଲା ଗୌତମ ବୁଦ୍ଧଙ୍କ ଦେହାବଶେଷ

ନୂଆଦିଲ୍ଲୀ,୧/୮ : ଭାରତକୁ ଦୀର୍ଘ ୧୨୭ ବର୍ଷ ପରେ ଗୌତମ ବୁଦ୍ଧଙ୍କ ଦେହାବଶେଷ ଫେରିଲା । ୧୮୯୮ ମସିହାରେ ଉତ୍ତର ପ୍ରଦେଶର ପିପ୍ରାହ୍ବାରୁ ବୁଦ୍ଧଙ୍କ ଦେହାବଶେଷ ସମେତ ସ୍ବର୍ଣ୍ଣ ନିର୍ମିତ ଅଳଙ୍କାର ଉଦ୍ଧାର କରାଯାଇଥିଲା । ତେବେ ତତ୍କାଳୀନ ବ୍ରିଟିଶ ସରକାର ସେତେବେଳେ ଏହାକୁ ଲଣ୍ଡନ ନେଇଯାଇଥିଲେ । ଏହି ଦେହାବଶେଷ ହଂକଂରେ ନିଲାମ ହେବାକୁ ଯାଉଥିବାବେ​‌େ​‌ଳ ଭାରତ ସରକାର କୂଟନୈତିକ ପ୍ରକ୍ରିୟାରେ ଏଗୁଡିକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ଭାରତର ବିଦେଶ ମନ୍ତ୍ରଣାଳୟ ଏବଂ ହଂକଂସ୍ଥିତ ଭାରତୀୟ ଦୂତାବାସ ଏହି ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ବର୍ତ୍ତମାନ ବୁଦ୍ଧଙ୍କ ଦେହାବଶେଷ ଓ ଅଳଙ୍କାରଗୁଡିକୁ ସର୍ବସାଧାରଣଙ୍କ ଦର୍ଶନାର୍ଥେ ନୂଆଦିଲ୍ଲୀସ୍ଥ ଜାତୀୟ ସଂଗ୍ରହାଳୟରେ ରଖାଯାଇଛି ।