ଏକାମ୍ର ନିର୍ବାଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୧୨: ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ମାର୍କେଟ କମପ୍ଲେକ୍ସଠାରେ ଆୟୋଜିତ ଳୋକାର୍ପଣ ଉତ୍ସବରେ ଭର୍ଚୁଆଲରେ ଯୋଗ ଦେଇ ଏହି ପ୍ରକଳ୍ପଗୁଡ଼ିକର ଳୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଭିତରେ ରହିଛି ଭୁବନେଶ୍ଵରରେ ପ୍ରତି ଘରକୁ ୨୪ ଘଣ୍ଟା ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି, ବରମୁଣ୍ଡା ଓ ୱାର୍ଡ ନମ୍ବର ୨୪ ଅଞ୍ଚଳରେ ସେଥିପାଇଁ ୮ କୋଟି ୯୩ ଲକ୍ଷ , ଗଙ୍ଗୁଆ ବାମପାର୍ଶ୍ଵରେ ରାସ୍ତା ନିର୍ମାଣ ପାଇଁ ୫୨ କୋଟି , ୬୦ନମ୍ବର ୱାର୍ଡରେ କେଦାରଗୌରୀ ପୁଷ୍କରିଣୀ ଜଳ ନିଷ୍କାସନ ପାଇଁ ବକ୍ସ କଲଭର୍ଟ ନିର୍ମାଣ ବାବଦରେ ୬୫ ଲକ୍ଷ , ଲିଙ୍ଗିପୁରରେ ପାନୀୟ ଜଳ ଯୋଗାଣ ସୁଉଚ୍ଚ ଏବଂ ଭୂତଳ ଜଳଭଣ୍ଡାର ପାଇଁ ୧ କୋଟି ୬୦ ଲକ୍ଷ।