ନୂଆଦିଲ୍ଲୀ,୩/୧୨: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଭାରତ ୯୦ଟି ରାଫେଲ F4 ଲଢ଼ୁଆ ବିମାନ କିଣିବାକୁ ଯୋଜନା କରୁଛି, ଯେଉଁଥିରେ ୨୪ଟି ରାଫେଲ F5 ପାଇଁ ଏକ ଅତିରିକ୍ତ ବିକଳ୍ପ ରହିଛି। ଏହାକୁ ରାଫେଲର ଆଗାମୀ ଭାରିଆଣ୍ଟ ପାଇଁ ଭାବରେ ଦେଖାଯାଉଛି। ଏନେଇ ଫ୍ରାନ୍ସର ବୈଦେଶିକ ମନ୍ତ୍ରଣାଳୟର କହିଛି, ଯାହାକୁ ପବ୍ଲିକ ଆକ୍ସେସରୁ ହଟାଇ ଦିଆଯାଇଛି। ଏହି ଆନାଲିସିସ୍ ମଇ ୨୦୨୫ ରେ ‘ଅପରେସନ୍ ସିନ୍ଦୂର’ ବେଳେ ଭାରତୀୟ ବାୟୁସେନାର ରାଫେଲରେ କଥିତ କ୍ଷତିକୁ ନେଇ ଚୀନ୍ ମିସ୍ ଇନଫରମେସନ୍ କ୍ୟାମ୍ପେନ୍ ବିଷୟରେ କୁହାଯାଇଥିଲା,ଯାହାକୁ ପାକିସ୍ତାନ ପ୍ରଚାର କରିଥିଲା। ଭାରତ ଦୀର୍ଘ ସମୟ ଧରି ରାଫେଲର ନିର୍ମାତା ଡାସଲ୍ଟ ଆଭିଏସନ୍ ଠାରୁ ଲଢ଼ୁଆ ବିମାନ ବ୍ୟବହାର କରିଆସୁଛି। ଭାରତ ୧୯୫୩ ମସିହାରେ ଡାସଲ୍ଟରୁ ଏହାର ପ୍ରଥମ ବିମାନ, ତୁଫାନି ପାଇଥିଲା। ଏହା ପରେ ନୌସେନା ପାଇଁ ମିଷ୍ଟେର IV, ଆଲାଇଜ୍, ଜାଗୁଆର ଏବଂ ମିରାଜ ୨୦୦୦ ବିମାନ ଆସିଥିଲା। ରାଫେଲ ପାଇଁ ଭାରତ ଅଗଷ୍ଟ ୨୦୨୫ରେଆଗ୍ରହ ଦେଖାଇଥିଲା। ଭାରତ ସରକାର ମଲ୍ଟି-ରୋଲ୍ ଫାଇଟର ଏୟାରକ୍ରାଫ୍ଟ (MRFA) କାର୍ଯ୍ୟକ୍ରମ ଅଧୀନରେ ୧୧୪ ଓ ଫାଇଟର ପ୍ଲେନ୍ ପାଇଁ ଏକ ଡାଇରେକ୍ଟ ଗର୍ଭମେଣ୍ଟ-ଟୁ ଗର୍ଭମେଣ୍ଟ ପ୍ରପୋଜାଲ ତିଆରି କରୁଛି। ଭାରତୀୟ ବାୟୁସେନା ସୁପାରିଶ କରିଛି ଯେ, ଟ୍ରାଡିସନାଲ ଟେଣ୍ଡର ବାଇପାସ୍ କରି ଖୁବ୍ ଶୀଘ୍ର ବିମାନ କିଣିବା ଦରକାର, ଯାହାଫଳରେ ହ୍ରାସ ପାଉଥିବା ସ୍କ୍ୱାର୍ଡନଗୁଡ଼ିକ ଉପରେ ଚାପକୁ ଦୂର କରିହେବ। ରାଫେଲ ହେଉଛି ଡାସଲ୍ଟ ଆଭିଏସନ୍ ଦ୍ୱାରା ବିକଶିତ ଏବଂ ନିର୍ମିତ ଏକ ମଲ୍ଟିରୋଲ ଯୁଦ୍ଧ ବିମାନ। ଏହି ଯୁଦ୍ଧ ବିମାନଟି ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ଏଥିରେ ଏୟାର ଡୋମିନାନ୍ସ, ଏୟାର ସୁପିରିୟରଟି, ଗ୍ରାଉଣ୍ଡ ସର୍ପୋଟ, ଡିପ୍ ଷ୍ଟ୍ରାଇକ୍,ଆଣ୍ଟି ସିପ୍ ଓ୍ବାରଫେୟାର ଓ ପରମାଣୁ ଆକ୍ରମଣ ଭଳି ମିସନ୍ ରହିଛି। ରାଫେଲର ଏକ ଭିନ୍ନ ଭର୍ସନ, ରାଫେଲ ମାରିନ୍, ବିଶେଷ ଭାବରେ ବିମାନ ବାହକ ପାଇଁ ଡିଜାଇନ୍ କରାଯାଇଛି। ଭାରତ ଏହାର ନୌସେନା ପାଇଁ ଫ୍ରାନ୍ସରୁ ୯୦ଟି ରାଫେଲ ମାରିନ୍ କିଣିବାକୁ ଆଗ୍ରହ ପ୍ରକାଶ କରିଛି। ଭାରତୀୟ ବାୟୁସେନା ପାଇଁ ଅତିରିକ୍ତ ରାଫେଲ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି।