ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକରେ ଲାଗିଲା ଏପରି କଟକଣା

କଟକ: ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ରହିଥିଲା। ତେବେ ଚଳିତବର୍ଷ ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକମାନେ ଚାହିଁବସିଛନ୍ତି । ଏହାରି ମଧ୍ୟରେ ଜିରୋ ନାଇଟ ପାଇଁ କଟକ କମିଶନରେଟର ପ୍ରସ୍ତୁତି ଆରମ୍ଭ କରିଛି । କ୍ଳବ,ପବ, ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡିବ ବୋଲି ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି ।

ଏଥିସହିତ ରାତି ୧୨ ଟା ପର୍ଯ୍ୟନ୍ତ ଇନଡୋର ସେଲିବ୍ରେସନ ଓ ଆଉଟ ଡୋର ବା ବାହାରେ ମୁକ୍ତାକାଶରେ ରାତି ୧୦ ଟା ପର୍ଯ୍ୟନ୍ତ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଅନୁମତି ମିଳିଛି ।

ଏଥିପାଇଁ ପ୍ରତିଦିନ ଏବେ ରାତ୍ରୀକାଳୀନ ବ୍ଳକିଂ, ଚେକିଂ ଓ ପେଟ୍ରୋଲିଂ କଡାକଡି କରାଯାଇଛି। ତେବେ ସହରରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ଏହିସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ମଦ ଖାଇ ଗାଡି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି ।