ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଅବିବାହିତା ୬୬ ବର୍ଷୀୟା ମହିଳା ପ୍ରଫେସର, ରାଗରେ ଯୁବକ କଲା ଏପରି କାମ …

ଡେରାଡୁନ୍,‌ ୧୩/୯ : ଉତ୍ତରାଖଣ୍ଡରେ ଶୁକ୍ରବାର ଘଟିଥିବା ଅବସରପ୍ରାପ୍ତ ମହିଳା ପ୍ରଫେସରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପ୍ରଫେସର ପୁତଲ ଘୋଷଙ୍କ ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମହିଳା ପ୍ରଫେସର ଜଣଙ୍କ ନିଜ ପଡ଼ୋଶୀଙ୍କୁ ସବୁବେଳେ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏଥିରୁ ଯୁବକଙ୍କ ଜଣଙ୍କୁ ଖୁବ୍ଧ ହୋଇ ହାତ, ଗୋଡ଼ ଓ ମୁହଁ ବାନ୍ଧି ହତ୍ୟା କରିଦେଇଛି। ଅଭିଯୁକ୍ତ ଯୁବକଙ୍କୁ ଜୋଲିଗ୍ରାଣ୍ଟ ଚୌକ ନିକଟରୁ ଗିରଫ କରାଯାଇଛି । ଅଭିଯୁକ୍ତ ନିକଟରୁ ୧୨ଟି ସୁନା କଏନ ମଧ୍ୟ ଜବତ ହୋଇଛି ।

ଗ୍ରାମୀଣ ଏସ୍‌ପି ଧର୍ମେନ୍ଦ୍ର ଡୋବାଲ ହତ୍ୟାକାଣ୍ଡ ସଂପର୍କରେ କହିଛନ୍ତି ଯେ, ମୃତକ ପୁତଲ ଘୋଷ ଓ ପଡୋଶୀରେ ରହୁଥିବା ଯୁବକ ତନୁଜଙ୍କ ମଧ୍ୟରେ ଆଠ ମାସ ହେଲା ପ୍ରେମ ସଂପର୍କ ଚାଲୁରହିଥିଲା । କେବଳ ଏତିକି ନୁହେଁ ସୁନାର ଗାଁର ଫୁଟବିୟରର ଦୋକାନ ଚଳାଉଥିବା ଏହି ବ୍ୟକ୍ତି ମହିଳାଙ୍କ ଦ୍ୱାରା ବାରମ୍ବାର ଶାରିରୀକ ସଂପର୍କ ସ୍ଥାପନ କରିବାକୁ ବାଧ୍ୟ କରିବା ନେଇ ଯୁବକ ଜଣଙ୍କ ବ୍ୟଥିତ ହୋଇପଡିଥିଲା ।

ଶେଷରେ ଶୁକ୍ରବାର ଦିନ ରାତିରେ ପ୍ରଫେସରଙ୍କ ଘର ଭିତରେ ପ୍ରବେଶ କରି ମହିଳାଙ୍କ ହାତ, ଗୋଡ଼ ଓ ମୁହଁକୁ ଦାବି କରି ହତ୍ୟା କରିଛି । ପୋଲିସ ସମ୍ମୁଖରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିସାରିଛି । ସେହିପରି ଅଭିଯୁକ୍ତ ନିକଟରୁ ୧୨ଟି ସୁନା କଏନ ଜବତ ହୋଇଛି । ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜେଲ୍‌ ପଠାଯିବ ।

ସୁନାର ଗାଁର ୬୬ ବର୍ଷୀୟ ପୁତଲ ଘୋଷଙ୍କ ମୃତଦେହ ଘରେ ପଡିଥିବାର ଦେଖିବାକୁ ମିଳିଥିଲା । ମୁଣ୍ଡର ଗଭୀର ଆଘାତ ଲାଗିଥିଲା । ଯାହାପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ନିକଟରେ ଥିବା ସମସ୍ତ ସିସିଟିଭ୍‌ ଫୁଟେଜ୍‌ ଆଧାରରେ ଅଭିଯୁକ୍ତର ପରିଚୟ ମିଳିଥିଲା । ଶେଷରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ।