ଭୁବନେଶ୍ୱର, ୦୯/୦୧ : ଭିଜିଲାନ୍ସ ଜାଲରେ ଆରଆଇ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଅନୁଗୁଳ ଆଠମଲ୍ଲିକ ତୁସର ଆରଆଇ ସୁରେନ୍ଦ୍ର ଦାଶ। ଏକ ଜମି ଡିମାର୍କେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ବାବୁ। ପ୍ରଥମେ ଏଥିପାଇଁ ୨ ହଜାର ଟଙ୍କା ନେଇଥିଲେ। ତେବେ ବକେୟା ଲାଞ୍ଚ ୮ ହଜାର ଟଙ୍କା ମାଗିଥିଲେ ଆରଆଇ। ପରେ ୬ ହଜାର ଟଙ୍କାକୁ ଖସିଥିଲେ। ତେବେ ଲାଞ୍ଚ ନେବାବେଳେ ଆଜି ତାଙ୍କୁ ଭିଜିଲାନ୍ସ ଧରିଛି। ତେବେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ଏକ ପ୍ରାଣପଣେ ଚେଷ୍ଟା କରି, ସେ ଲାଞ୍ଚ ଟଙ୍କାକୁ ଅଫିସ କ୍ୟାମ୍ପସ ମଧ୍ୟରେ ଥିବା ଏକ ଶୌଚାଳୟ ଝରକାରୁ ବାହାରକୁ ଫୋପାଡ଼ି ଦେଇଥିଲେ। ତଥାପି, ସମସ୍ତ ଟଙ୍କା ଉଦ୍ଧାର କରି ଭିଜିଲାନ୍ସ ଏହାକୁ ଜବତ କରିଛି। ଏହାପରେ ଆରଆଇଙ୍କ ତିନୋଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ।