ପଡୋଶୀ ମହିଳାଙ୍କ ବିରୋଧରେ ସିବିଆଇକୁ ଚିଠି ଲେଖିଲେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୧୩/୧୦: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଛି । ଜେଲରେ ଏକ ମାସ କାଟିବା ପରେ ଗତ ସପ୍ତାହରେ ତାଙ୍କୁ ଜାମିନ ମିଳିଥିଲା । ଏହାପରେ ସେ ସିବିଆଇକୁ ଚିଠି ଲେଖି ତାଙ୍କର ଜଣେ ପଡୋଶୀ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ରିୟା ଅଭିଯୋଗ କରିଛନ୍ତି ଯେ, ପଡୋଶୀ ମହିଳା ଡିମ୍ପଲ ତାଓ୍ୱାନି ଟିଭିରେ ମିଛ କହିଛନ୍ତି । ଭୁଲ ବୟାନ ଦେଇଛନ୍ତି । ପଡୋଶୀ ଜଣଙ୍କ କହିଥିଲେ ଯେ, ସୁଶାନ୍ତ ରିୟାଙ୍କୁ ଜୁନ ୧୩ ତାରିଖରେ ଘରେ ଛାଡିଥିଲେ । ଏହାପରେ ୧୪ ତାରିଖରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହା ଆଉ ଜଣେ ବ୍ୟକ୍ତି ନିଜ ଆଖିରେ ଦେଖିଥିବା ଡିମ୍ପଲ ଦାବି କରିଥିଲେ । ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ରିୟା । ସେକ୍ସନ ୨୦୩ ଓ ୨୦୧୧ରେ ଡିମ୍ପଲଙ୍କ ବିରୋଧରେ ମାମଲା ହେଉ ବୋଲି ରିୟା ଦାବି କରିଛନ୍ତି ।