କଟକ କମିଶନରେଟ ପୁଲିସର ସଡକ ସୁରକ୍ଷା ସଚେତନତା

ଚୌଦ୍ୱାର,୪ /୨ : କଟକ କମିଶନରେଟ ପୁଲିସର ଚୌଦ୍ୱାର ଥାନା ପକ୍ଷରୁ ଗୁରୁବାର ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଓ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ଚୌଦ୍ୱାର ଗାନ୍ଧିଛକ ଠାରୁ ରାଲି ବହାରି ସହର ପରିକ୍ରମା କରିବା ସହିତ ଗାଡି ଚାଳନା ସମ୍ବନ୍ଧୀୟ ନିୟମାବଳୀ ସୁଚନାପତ୍ର ପ୍ରଦାନ କରାଯାଇଥିଲା। ଏଥି ସହିତ ବିଭିନ୍ନ ଛକ ଜାଗା ମାନଙ୍କରେ ସରକାରଙ୍କ ଦ୍ୱାରା ପ୍ରଚଳିତ ନୁତନ ନୀତି ନିୟମ ଗୁଡିକୁ ଲୋକମାନଙ୍କୁ ଅବଗତ କରିବା,ହେଲମେଟ ପିନ୍ଧି ଗାଡି ଚାଳନା କରୁଥିବା ଗାଡି ଚାଳକଙ୍କୁ ଗୋଲାପ ଫୁଲ ପ୍ରଦାନ କରିବା ଓ ଅମାନିଆଙ୍କୁ ସଚେତନ କରାଯାଇଥିଲା। ଏଥିରେ ଚୌଦ୍ୱାର ଥାନାର ସମସ୍ତ କର୍ମଚାରୀ ଓ ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ,କ୍ୟାଚ ଚାରିଟେବଲ ଟ୍ରଷ୍ଟର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।