ବାଲେଶ୍ୱର, ୬/୧୦ : କରୋନା ସଂକ୍ରମଣ କାଳରେ ରାଜ୍ୟରେ ଅପରାଧ କମିବା ବଦଳରେ ବଢି ବଢି ଚାଲିଛି । ଆଜି ବାଲେଶ୍ବର ସଦର ଥାନା ନିକଟରେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟି ନେଇଛନ୍ତି ଦୃବୃତ୍ତ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗାଡି ପାଇଁ ଲୋନ ଟଙ୍କା ବ୍ୟାଙ୍କରୁ ଉଠାଇ ନେଇ ଆସୁଥିବା ବେଳେ ଯୁବକଙ୍କୁ ଭୁଜାଲିରେ ହାଣି ୧ଲକ୍ଷ ୨୦ ହଜାର ଟଙ୍କା ଗାଡି ଚାବି ଓ ମନି ପର୍ସ ଲୁଟି ନେଇଛନ୍ତି ତିନି ଜଣ ଦୃବୃତ୍ତ। ଗୁରୁତର ଯୁବକ ହେଲେ ତପନ କୁମାର ଦାସ । ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ କରାଯାଉଛି। ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଛି ।