ରୋହିତ ଶର୍ମାଙ୍କୁ ମିଳିବ ସମ୍ମାନସୂଚନ ଡକ୍ଟରେଟ ଉପାଧି

ନୂଆଦିଲ୍ଲୀ, ୨୨/୦୧ : ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମା ଏକ ବଡ ଉପାଧି ହାସଲ କରିଛନ୍ତି । ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ବା ଡି.ଲିଟ୍ ଉପାଧି ମିଳିବ । ଆଜିଙ୍କ୍ୟ ଡିଓ୍ୱାଇ ପାଟିଲ ୟୁନିଭର୍ସିଟି କ୍ରିକେଟ୍ ପ୍ରତି ରୋହିତଙ୍କ ଅତୁଳନୀୟ ଅବଦାନ ଏହଂ ବିରଳ ନେତୃତ୍ୱ କାରଣରୁ ଏହି ସମ୍ମାନ ପ୍ରଦାନ କରିବ । ୨୪ ଜାନୁଆରୀରେ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହ ସମୟରେ ଏହି ସମ୍ମାନ ପ୍ରଦାନ କରାଯିବ । ଏହି ସମାରୋହରେ ରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ବିଶ୍ୱବିଦ୍ୟାଳୟ କହିଛି ଯେ, ରୋହିତଙ୍କୁ ଫ୍ୟାନ୍ସ ହିଟମ୍ୟାନ୍ ଭାବେ ଜାଣିଛନ୍ତି । ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି ଯେ, ରୋହିତଙ୍କ ଅତୁଳନୀୟ ଅବଦାନକୁ କେହି ଭୁଲିପାରିବେ ନାହିଁ । ସେ ବିଶ୍ୱସ୍ତରରେ ନେତୃତ୍ୱ ନେବାର ପ୍ରତିଭାକୁ ପ୍ରମାଣିତ କରିଛନ୍ତି । ତେଣୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରି ବିଶ୍ୱବିଦ୍ୟାଳୟ ରୋହିତଙ୍କ ଅବଦାନକୁ ମନେ ପକାଇବ । ରୋହିତ ଏବେ କେବଳ ଦିନିକିଆ ଖେଳୁଛନ୍ତି । ସେ ଟେଷ୍ଟ୍ ଏବଂ ଟି ୨୦ ଫର୍ମାଟରୁ ଅବସର ନେଇ ସାରିଛନ୍ତି । ବିଶ୍ୱର ଏକମାତ୍ର ବ୍ୟାଟର ଭାବେ ରୋହିତ ଅନ୍ତର୍ଜାତୀୟ ଦିନିକିଆରେ ତିନିଥର ଡବଲ ସେଞ୍ଚୁରୀ ମାରିଛନ୍ତି । ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ଶତକ ହାସଲ କରିଥିବା ତୃତୀୟ ବ୍ୟାଟର ହେଲେ ରୋହିତ ।ରୋହିତ ଏବେ ୨୦୨୭ ଦିନିକିଆ ବିଶ୍ବକପ ପାଇଁ ପ୍ରସ୍ତୁତ ହେଉଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ବେଶ୍ କିଛି କମାଲ କରିପାରିନଥିଲେ ।