କରୋନା ସଂକ୍ରମିତ ହେଲେ ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲ୍ଡୋ

ଲିସ୍‌ବୋନ୍,‌ ୧୩/୧୦ : ଫୁଟ୍‌ବଲ୍ ଜଗତର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଏନେଇ ପର୍ତ୍ତୁଗୀଜ୍‌ ଫୁଟବଲ ଫେଡ୍‌ରେସନ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ରୋନାଲ୍ଡୋ ଲକ୍ଷଣ ରହିତ ହୋଇଥିବା ବେଳେ ସେ କିନ୍ତୁ ବୁଧବାର ହେବାକୁ ଥିବା ସ୍ବେଡନ୍‌ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ୩୫ ବର୍ଷୀୟ ଫୁଟବଲ୍‌ର ରୋନାଲ୍ଡୋ ନେସନ୍ସ ଲିଗ୍‌ରେ ରବିବାର ଅନୁଷ୍ଠିତ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌କୁ ଡ୍ର କରିବାରେ ସକ୍ଷମ ହୋଇଥିଲେ। ପର୍ତ୍ତୁଗାଲ ପାଇଁ ୧୦୧ ଟି ଗୋଲ୍‌ ସ୍କୋର କରିଥିବା ରୋନାଲ୍ଡୋ ନଖେଳିବା ଟିମ୍ ପାଇଁ ଚିନ୍ତା ବଢ଼ାଇଛି।

ରୋନାଲ୍ଡୋଙ୍କ ବ୍ୟତୀତ ବହୁ ବଡ଼ ଖେଳାଳି ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ରିୟଲ ମାଡ୍ରିଡ୍‌ର ବହୁ ପ୍ଲେୟର କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।