ପୁଲିସି ‘ମିଶନ ଶକ୍ତି’ ପାଇଁ ବ୍ରାଣ୍ଡ ଆମ୍ବାସଡର ମନୋନୀତ ହେଲେ କନଷ୍ଟେବଲ ଅନୀତା ଯାଦବ

ଲକ୍ଷ୍ମୌ,୨୧ /୧୦ : ଉତ୍ତର ପ୍ରଦେଶ ପୁଲିସ ‘ମିଶନ ଶକ୍ତି’ ପାଇଁ ବ୍ରାଣ୍ଡ ଆମ୍ବାସଡର ମନୋନୀତ ହୋଇଛି । ୟୁପି ରାଜ୍ୟ ସରକାର ଟ୍ରକ ଚାଳକଙ୍କ ଝିଅ ଓ ୟୁପି ପୁଲିସର କନଷ୍ଟେବଲ ଅନୀତା ଯାଦବଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଛନ୍ତି।

ଅନୀତା ରାଜ୍ୟର ୭୫ ଜିଲ୍ଲାରେ ମୁତୟନ ମହିଳା ପୁଲିସକର୍ମୀଙ୍କ ମଧ୍ୟରୁ ପ୍ରଥମ ଝିଅ ଯିଏ କି ମିଶନ ଶକ୍ତିର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି। ମିଶନ ଶକ୍ତି ହୋଡିଂରେ ତାଙ୍କ ଫଟୋ ଚାରିଆଡେ ଲାଗିଛି। ମିଶନ ଶକ୍ତି ହୋଡିଂ ପାଇଁ ୧୪୦ ମହିଳା ପୁଲିସଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ତେବେ ଏଥିରେ ଅସହାୟ ଓ ଗରିବଙ୍କ ସାହାଯ୍ୟ ପାଇଁ ଚର୍ଚ୍ଚିତ ଥିବା ଅନୀତାଙ୍କୁ ମିଶନ ଶକ୍ତିର ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ କରାଯାଇଛି।

ମିଶନ ଶକ୍ତିର ବ୍ରାଣ୍ଡ ଆମ୍ବାସଡର ହୋଇଥିବା ଅନୀତା ଚାକିରି ସହ ଗରିବ ଅସହାୟ ପିଲାଙ୍କ ପାଇଁ ନିଜ ଦରମାର ଅଧା ଅଂଶ ଖର୍ଚ୍ଚ କରନ୍ତି। କେତେବେଳେ ସେମାନଙ୍କୁ ଭଲ ପୋଷାକ ତ ଆଉ କେତେବେଳେ ସେମାନଙ୍କ ପାଇଁ ବହି ପତ୍ର ଆଦି ଜିନିଷ ଯୋଗାନ୍ତି। ଏହା ସହ ସେ ମହିଳା ପୁଲିସକର୍ମୀଙ୍କ ସାହାଯ୍ୟରେ ପିଲାଙ୍କୁ ସ୍କୁଲ ପଠାଇବା ବ୍ୟବସ୍ଥା କରିଛନ୍ତି।

ଅନୀତାଙ୍କ ବାପା ଟ୍ରକ ଚାଳକ କେଦାରନାଥ ଯାଦବ ସୁଲତାନପୁର ଜିଲ୍ଲାର କାଦିପୁର ଗାଁରେ ରହନ୍ତି। କେଦାରନାଥ ନିଜର ତିନି ପିଲାଙ୍କୁ ଉତ୍ତମ ଶିକ୍ଷା ସହ ସଂସ୍କାର ମଧ୍ୟ ଦେଇଛନ୍ତି। ୨୦୧୬ରେ ତାଙ୍କ ସାନ ଝିଅ ଅନୀତା ଯାଦବଙ୍କୁ ପୁଲିସ ବିଭାଗରେ ନିଯୁକ୍ତି ମିଳିଥିଲା।