ଘର ଉପରକୁ ମାଡ଼ିଗଲା ରୁକୁଣା ରଥ

ଭୁବନେଶ୍ୱର,୨୭/୩ : ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ବଡ଼ ଅଘଟଣ ଦେଖିବାକୁ ମିଳିଛି। ରଥ ଟଣା ସମୟରେ ଜଣଙ୍କ ଘର ଉପରକୁ ରଥ ମାଡ଼ି ଯାଇଛି। ଆଜି ଦ୍ଵିତୀୟ ଦିନରେ ରଥଟଣା ଚାଲିଥିବା ସମୟରେ ରଥ ଜଣଙ୍କ ଘର ଉପରକୁ ମାଡ଼ି ଯାଇଥିଲା। ଫଳରେ ଘରର ଝରକା ଓ ତାଜା ଭାଙ୍ଗିବାକୁ ପଡ଼ିଛି। ଗୋସାଗରେସ୍ୱର ମଦିର ପୂର୍ବରୁ ଜଣଙ୍କ ଘରେ ରଥର ଦକ୍ଷିଣ ପାର୍ଶ୍ଵ ବା ଡାହାଣ ପାର୍ଶ୍ୱ ପଶି ଯାଇଥିଲା। ଫଳରେ ଭୋଇ ସେବାୟତ ମାନେ ରଥକୁ ପଛକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ସେବାୟତ ମାନଙ୍କ ପ୍ରବଳ ପ୍ରଚେଷ୍ଟା ପରେ ମଧ୍ୟ କୌଣସି ଫଳ ମିଳିନାହିଁ। ୪୫ ମିନିଟରୁ ଉର୍ଦ୍ଧ ସମୟ ଧରି ରଥ ଉକ୍ତ ସ୍ଥାନରେ ଅଟକି ରହିଥିଲା ପରେ ସ୍ୱାଭାବିକ ଭାବେ ରଥ ଟଣା ଆରମ୍ଭ ହୋଇଛି ।