ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର

ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର (ଓଏସ୍‌ଡିଏଲ୍‌-୨୦୨୦) ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ସାରା ଦେଶରେ ଥିବା ବ୍ୟାଙ୍କର ସମସ୍ତ ଶାଖାଗୁଡିକରେ ଆୟୋଜନ କରାଯାଉଛି । ଏଥିରେ କ୍ଷୁଦ୍ର ଋଣଧାରୀଙ୍କଠାରୁ ଆରମ୍ଭ କରି ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତିବିଶେଷ ସେମାନଙ୍କ ଅନାଦେୟ ଋଣ (ଏନ୍‌ପିଏ)କୁ ଏକକାଳୀନ ପରିଶୋଧ କରିବାକୁ ସୁଯୋଗ ପାଇପାରିବେ । କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ୱର ଅନ୍ତର୍ଗତ ସମସ୍ତ ଶାଖାରେ ଏହା ଆୟୋଜନ କରାଯାଉଛି । ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇ-କର୍ପୋରେଶନ ବ୍ୟାଙ୍କ ଓ ଇ-ଆନ୍ଧ୍ର ବ୍ୟାଙ୍କର ଏନ୍‌ପିଏ ଋଣଗ୍ରହୀତାମାନେ ଏଥିରେ ଅଂଶ ଗ୍ରହଣ କରି ଏହାର ସୁବିଧା ପାଇପାରିବେ । ଏ ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଶାଖା ସହ ଯୋଗାଯୋଗ କରନ୍ତୁ ।