ରସେଲ୍‌ IPLରେ ସହଜରେ ଲଗାଇପାରିବେ ୨ଶତକ : ହସି

ଆବୁଧାବି,୭/୯: ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ ଖେଳପ୍ରେମୀଙ୍କ ଗହଣରେ ଚର୍ଚ୍ଚା ଜୋର । ଏହାରି ଭିତରେ ଆଇପିଏଲ୍‌ ପାଇଁ ଖେଳସୂଚୀ ମଧ୍ୟ ପ୍ରକାଶ ପାଇସାରିଛି । ତେବେ​‌ ଆଇପିଏଲରେ ଅର୍ଦ୍ଧଶତକ ଓ ଶତକ ଲଗାଉଥିବା ଖେଳାଳୀଙ୍କୁ ଅଧିକ ପ୍ରଶଂସା ମିଳିଥାଏ । ଏହାକୁ ନେଇ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର)ଟିମ୍‌ର ମେଣ୍ଟର ଡେଭିଡ୍‌ ହସି ରସେଲ୍‌ଙ୍କୁ ଉପରେ ଦେଇଛନ୍ତି ବଡ଼ ବୟାନ।

ଯଦି ରସେଲ୍‌ ତିନି ନମ୍ବର ଅର୍ଡରରେ ଆସନ୍ତି ତେବେ ସେ​‌ ଦ୍ବିଶତକ ସ୍କୋର କରିପାରିବେ ବୋଲି ଦାବି କରିଛନ୍ତି ହସି । ରସେଲ୍‌ ଜଣେ ମହାନୁଭବୀ ବ୍ୟାଟ୍ସମ୍ୟାନ୍‌ । ସେ କୋଲକାତା ପାଇଁ ବିଜୟୀ ପାଳି ଖେଳିଛନ୍ତି । ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଲେ ସେ ଦ୍ବିଶତକ ଲଗାଇପାରିବେ ବୋଲି ଦୃଢ଼ତାର ସହ କହିଛନ୍ତି ହସି ।