ନୂଆଦିଲ୍ଲୀ, ୦୩/୧୨ : ଆସନ୍ତାକାଲି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଡିସେମ୍ବର ୪ ଓ ୫ ତାରିଖରେ ପୁଟିନ ଭାରତରେ ରହିବେ । ଏଥିସହ ସେ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଆମେରିକା ପକ୍ଷରୁ ନୂଆଦିଲ୍ଲୀ ଉପରେ ଟାରିଫ ଲଗାଯାଇଛି । ଏସବୁ ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ନୂଆଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ । ଅଧିକ ପଢନ୍ତୁ ; ଭାରତ ଉପରେ ପୁଣି ଋଷର ବିଶ୍ବାସ : ଭାରତ ସହ ସମ୍ପର୍କକୁ ଅତି ସ୍ବତନ୍ତ୍ର କହିଲେ ପୁଟିନ୍ ଏବେ ଏହାକୁ ଗ୍ରହଣ କରି ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରି ତାଙ୍କ ସମ୍ମାନରେ ଗୋଟିଏ ନୈଶ୍ୟ ଭୋଜିର ଆୟୋଜନ କରିବେ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ପୁଟିନଙ୍କ ଗସ୍ତ ସମୟରେ ଭାରତ ଓ ରୁଷ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗ ମିଳିବ। ଆଗକୁ କେମିତି ଦୁଇ ଦେଶ ପରସ୍ପର ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାମ କରିବେ ଓ ବୈଶ୍ୱିକ ପ୍ରସଙ୍ଗ କେମିତି ଦୁଇ ପାକ୍ଷିକ ସମ୍ପର୍କକୁ ପ୍ରଭାବିତ ନ କରିବ, ତା’ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।