ୟୁକ୍ରେନକୁ ଧ୍ବଂସ କରିବା ଜିଦରେ ଅଟଳ ପୁଟିନ

ନୂଆଦିଲ୍ଲୀ,୨୮/୧୧: ୯ ମାସ ହେଲା ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ । ମିସାଇଲ ମାଡ଼ରେ ଛାରଖାର ହୋଇଛି ୟୁକ୍ରେନ ସହର । ଅଧିକାଂଶ ସହର ମାଟିରେ ମିଶିଛି । ତଥାପି ଥମିବାର ନା ଧରୁନାହିଁ ଯୁଦ୍ଧ । ଋଷ ସୈନ୍ୟ ପଛଘୁଞ୍ଚା ଦେବା ପରେ ୟୁକ୍ରେନକୁ ମାତ୍ ଦେବାକୁ ନୂଆ ଯୋଜନା କରୁଛନ୍ତି ପୁଟିନ୍ । ଋଷରେ ରହୁଥିବା ଆଫ୍ରିକୀୟ ଯୁବକଙ୍କୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବାକୁ ଚାପ ପକାଉଛନ୍ତି ।

ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଜିଦ୍ ଅଟଳ ରହିଛନ୍ତି ଋଷ ରାଷ୍ଟ୍ରପତି । ଋଷ ସୈନ୍ୟ ୟୁକ୍ରେନରୁ ଧୀରେ ଧୀରେ ପଛ ଘୁଞ୍ଚା ଦେବା ପରେ ବିଦେଶୀ ନାଗରିକଙ୍କୁ ଯୁଦ୍ଧରେ ସାମିଲ କରବାକୁ ଯୋଜନା ଚଳାଇଛନ୍ତି ପୁଟିନ । ଋଷରେ ପାଠପଢୁଥିବା ଆଫ୍ରିକୀୟ ଯୁବକଙ୍କୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବାକୁ ଚାପ ପକାଉଛନ୍ତି । ଯୁଦ୍ଧରେ ସାମିଲ ନହେଲେ ଟ୍ୟୁସନ ଫି’ ବଢାଇଦିଆଯିବ ବୋଲି କୁହାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ର ।