ସଚିନ ତେନ୍ଦୁଲକର କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୭ /୩ : କ୍ରିକେଟର ସଚିନ ତେନ୍ଦୁଲକର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଶନିବାର ସେ ନିଜେ ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଟ୍‌ କରିଥିବା ସଚିନ
କହିଛନ୍ତି। ସେ ନିଜ ଘରେ କ୍ବାରେଣ୍ଟାଇନରେ ରହିଥିବା ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।