ସହଦେବ ନାୟକଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ଶତାଧିକ ସଫେଇ କର୍ମୀଙ୍କ ଧାରଣ

0

ଭୁବନେଶ୍ୱର, ୦୯/୦୧  : ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବେ ପୋଲିସ । ତିନି ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଗିରଫ କରିଥିଲା  । ସହଦେବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ହୋଇଥିବା ଜଣାପଡିଛି। ଘଟଣାର ୧୨ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ । ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ । ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ଯେଉଁ ମାନେ ଧାରା ହେଇଛନ୍ତି ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ ରୁ ଉର୍ଦ୍ଧ ସଫେଇ କର୍ମଚାରୀ ଧାରଣାରେ  । ସବୁ ୱାର୍ଡରେ ସଫେଇ କାମ ବନ୍ଦ ଅଛି  ।  ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧରଣରୁ ଉଠିବେନି ସଫେଇ କର୍ମଚାରୀ ସଂଘ।

Leave A Reply

Your email address will not be published.