ସହହେବ ନାୟକ ହତ୍ୟାକାଣ୍ଡ ମାମଲା : ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ

0

ଭୁବନେଶ୍ୱର, ୦୧/୦୩ : ରସୁଗଲଗଡ଼ ବ୍ରିଜ ଉପରେ ସହଦେବ ନାୟକ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣକ ହେଉଛନ୍ତି ସୁଶେଇ ନାୟକ ଓରଫ ସୁଶାନ୍ତ । ତାକୁ ଧରିବାକୁ ପୋଲିସ ଚାରିଆଡେ ଛାନ୍‌ଭିନ୍ ଚଳାଇଥିଲା । ତେବେ ଘଟଣାର ୫୮ ଦିନ ପରେଅଭିଯୁକ୍ତ ସୁଶେଇ ନାୟକକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । କଟକ କାନପୁରରୁ ସୁଶାନ୍ତଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । କିଛି ଦିନ ପୂର୍ବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲା। ଆତ୍ମସର୍ମପଣ ପରେ ମଞ୍ଚେଶ୍ଵର ପୋଲିସ ରମା ନାଏକକୁ ଗିରଫ କରିଥିଲା। ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ସହଦେବଙ୍କ ପତ୍ନୀ। ହତ୍ୟା ପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ ।

Leave A Reply

Your email address will not be published.