କଟକ,୮/୨: କଟକ ଜିଲ୍ଲା ସାଲେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ। ବିପୁଳ ପରିମାଣ ମଦ ଜବତ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି ଅବକାରୀ ଗିରଫ। ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ରାଘବପୁର ଗ୍ରାମର ସୁକାନ୍ତ କୁମାର ବାଇଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ତିନି ପେଟି ଦେଶୀ ମଦ ଜବତ କରିଛି। ଆଗରୁ ବହୁବାର ସୁକାନ୍ତ ଗିରଫ ହେବା ନଜୀର ଅଛି। ସାଲେପୁରରେ ଗୋଟେ ଶିଶୁଆରେ ଗୋଟେ ସରକାରୀ ସ୍ୱୀକୃତି ପ୍ରାପ୍ତ ଦେଶୀ ମଦ ଦୋକାନ ରହିଛି। ସେଠାରୁ ଖୁଚୁରାରେ ଆଣି ଗାଁ ଗଣ୍ଡାରେ ଖୁଚୁରା ବ୍ୟବସାୟୀମାନେ ଚୋରା ବେପାର କରନ୍ତି। ଯଦି ଅବକାରୀ ବିଭାଗ ଚୋରା ବେପାରୀଙ୍କୁ ମଦ ଆଣିବା ପାଇଁ ରୋକ ଲଗାନ୍ତେ ତାହେଲେ ଚୋରା ବେପାର ବନ୍ଦ ହୋଇ ପାରନ୍ତା ।