ନୂଆଦିଲ୍ଲୀ, ୨୪/୦୩ : ବର୍ତ୍ତମାନ ଫିଲ୍ମ ସିକନ୍ଦର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିବା ପରେ ଦର୍ଶକମାନଙ୍କର ଫିଲ୍ମ ପାଇଁ ଉତ୍ସାହ ବଢିବାରେ ଲାଗିଛି । ଏହାର ଦମଦାର ଟ୍ରେଲର ମାତ୍ର ୧୪ ଘଣ୍ଟାରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁପାରିବ ବୋଲି ଏହାର ଟ୍ରେଲରରୁ ପ୍ରମାଣ ହୋଇସାରିଛି । ସଲମାନ ଖାନଙ୍କ ଆକ୍ସନ ଥ୍ରୀଲର ମୁଭିକୁ ତାଙ୍କ ଫ୍ୟାନ୍ସମାନେ ଅନେକ ଦିନ ଧରି ଅପେକ୍ଷା କରି ରହିଛନ୍ତି । ଏହି ମୁଭିର ଟ୍ରେଲରରୁ ସଲମାନଙ୍କ ପ୍ରଶଂସକ ମୁଭି ହିଟ ଏବଂ ବ୍ଲକବଷ୍ଟର ହେବାର ଦାବି କରାଯାଉଛି । ୩ ମିନିଟ୍ ୩୯ ସେକେଣ୍ଡର ଏହି ଟ୍ରେଲରରେ ସଲମାନଙ୍କ ଅଭିନୟର ଯାଦୁ ଦେଖିବାକୁ ପାଇଛନ୍ତି ସଲମାନଙ୍କ ଫ୍ୟାନ୍ସ । ୧୪ ଘଣ୍ଟାରେ ରେକର୍ଡ ଭାଙ୍ଗି ଅସମ୍ଭବକୁ ସମ୍ଭବ କରିବାରେ ସଫଳ ହୋଇଛନ୍ତି ସଲମାନ । ୧୪ ଘଣ୍ଟା ମଧ୍ୟରେ ୩.୫ କୋଟି ଭ୍ୟୁ ଯାଇଥିବାର ଜଣାପଡିଛି ।
ସିକନ୍ଦର ମୁଭିର ଟ୍ରେଲରକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଯାହାର ଝଲକ ସୋସିଆଲ ମିଡିଆରୁ ଦେଖିବାକୁ ମିଳୁଛି । ପ୍ରଶଂସକମାନେ ସଲମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କମେଣ୍ଟରେ ଫିଲ୍ମକୁ ନେଇ ଭଲ ମତାମତ ଦେଇଛନ୍ତି । ଫିଲ୍ମ ଦେଖିବା ପାଇଁ ଅଧର୍ଯ୍ୟ ହୋଇପଡିଛନ୍ତି ଦର୍ଶକ । ଏହି ୩ମିନିଟର ଟ୍ରେଲରରେ ସଲମାନଙ୍କର ଏକ ବଡ ସିଗ୍ନେଚର ଅବତାର ଦେଖିବାକୁ ମିଳିଛି । ତାଙ୍କୁ ‘ରାଜକୋଟର ରାଜା’ ଭାବରେ ପରିଚୟ ଦିଆଯାଇଛି । ଅନ୍ୟପଟେ ଗୁଣ୍ଡାମାନଙ୍କୁ ପିଟୁଥିବାର ନଜର ଆସିଛନ୍ତି ଆକ୍ଟ୍ରେସ ରଶ୍ମିକା ମନ୍ଦନା । ତେବେ ୩୦ ମାର୍ଚ୍ଚରେ ଫିଲ୍ମହଲରେ ସିକନ୍ଦର ମୁଭିଟି ରିଲିଜ ହେବାକୁ ଯାଉଛି । ଯାହା ପାଇଁ ଦର୍ଶକ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ।