ଭୁବନେଶ୍ୱର, ୧୯/୧୨ : ଆଜି ସମ୍ୱଲପୁରରେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଜରୁରୀ ସେବା ବ୍ୟତୀତ ସବୁ ବନ୍ଦ ରହିବ । ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମାନେ ବାରମ୍ବାର ପ୍ରତିବାଦ ପରେ ମଧ୍ୟ ସମାଧାନର ବାଟ ଫିଟିଲାନି । ସମସ୍ୟାର ସମାଧାନ ଦାବିରେ ଆଜି ସମ୍ବଲପୁର ବନ୍ଦ କରିଛନ୍ତି ଚାଷୀ ସଂଗଠନ । ବିଭିନ୍ନ ଛକରେ ଶତାଧିକ ଚାଷୀ ରହି ବନ୍ଦ ପାଳନ କରୁଛନ୍ତି । ଏହାସହ ବିଭିନ୍ନ ଟ୍ରେଡ ୟୁନିୟନ ଓ ବିଜେଡି ଦଳ ମଧ୍ୟ ସମର୍ଥନ ଜଣାଇ ବନ୍ଦରେ ସାମିଲ ହୋଇଛି । ପଶ୍ଚିମ ଓଡିଶାରେ ଗୋଟିଏ ମାସ ବିଳମ୍ବରେ ଧାନ ମଣ୍ଡି ଆରମ୍ଭ ହେଇଥିବା ବେଳେ ଧାନ କ୍ରୟ ଓ ଟୋକାନ ବ୍ୟବସ୍ଥା ଅଚଳ ହେଇପଡିଛି। ସରକାର ଚାଷୀଙ୍କୁ ଟୋକାନ ପହଞ୍ଚେଇ ପାରୁନାହାନ୍ତି। ଏହାର ପ୍ରତିବାଦରେ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
