ସମ୍ବଲପୁର ସହରରେ ବଢ଼ିଛି କର୍ଫ୍ୟୁ କୋହଳ ଅବଧି : ଆଉ ୨୪ ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ

ସମ୍ବଲପୁର ୧୭/୦୪: ସମ୍ବଲପୁର ସହରରେ ବଢ଼ିଛି କର୍ଫ୍ୟୁ କୋହଳ ଅବଧି । ସକାଳେ ୪ ଘଣ୍ଟା ଓ ସଂଧ୍ୟାରେ ଅଢ଼େଇ ଘଣ୍ଟା କର୍ଫ୍ୟୁ କୋହଳ କରାଯିବ। ସକାଳ ୭ଟା ୩୦ରୁ ୧୧ଟା ୩୦ ଯାଏ ଏବଂ ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୬ଟା ଯାଏ କର୍ଫ୍ୟୁ କୋହଳ କରାଯିବ। ସମ୍ବଲପୁର ସହରରେ ଇଣ୍ଟରନେଟ୍ ସେବାକୁ ଆଉ ୨୪ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଏହା ଆଜିଠାରୁ ଲାଗୁ ହୋଇଛି।

ସୋମବାର ମଧ୍ୟ ସ୍ଥିତିର ସମୀକ୍ଷା କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି। ରବିବାର ସମ୍ବଲପୁରର ସ୍ଥିତି ସମୀକ୍ଷା ପରେ ପୋଲିସ ଡିଜି ସୁନୀଲ ବଂଶଲ କହିଥିଲେ, ଦିନେ ଦୁଇ ଦିନ ଭିତରେ ପରିସ୍ଥିତିକୁ ଦେଖି କର୍ଫ୍ୟୁ ହଟାଇବା ନେଇ ନିଷ୍ପତ୍ତି ନିଆଯିବ।

ସେପଟେ ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ୧୨ ତାରିଖ ପଥରମାଡ଼ ପାଇଁ ୩ ଏବଂ ୧୪ ତାରିଖ ଦୋକାନ ଭଙ୍ଗାରୁଜା ମାମଲାରେ ୩ ଗିରଫ ହୋଇଛନ୍ତି। ଏଥିସହ ମୋଟ ଗିରଫ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି ।

SBI AD