ମୁମ୍ବାଇ: କ୍ରୁଜ ପାର୍ଟିରେ ଡ୍ରଗ୍ସ କାରବାର ମାମଲା ଓ ଆର୍ୟନ ଖାନ୍ ଗିରଫ ଘଟଣା । ଆର୍ୟନ ଖାନ୍ ମାମଲାର ତଦନ୍ତ ଭାରରୁ ହଟିଲେ ସମୀର ୱାଙ୍ଖଡ଼େ । ଏନିସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ଏନସିବି ମୁଖ୍ୟାଳୟକୁ ବଦଳି । ଆର୍ୟନ ଖାନ କେସ୍ ସହ ୫ ମାମଲାରୁ ହଟିଲେ ସମୀର ୱାଙ୍ଖଡ଼େ । ଏହି ୫ ମାମଲାର ତଦନ୍ତ କରିବ ଏନସିବି ସେଣ୍ଟ୍ରାଲ ଜୋନ । ୱାଙ୍ଖଡ଼େଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଥବାରୁ ହଟିଲେ । ୫ ମାମାର ଦାୟିତ୍ୱରେ ରହିବେ ସଞ୍ଚୟ ସିଂ ।
ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏବଂ ଅନ୍ୟ ଦଶ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ମାମଲାର ତଦନ୍ତ କରୁଥିଲେ ସମୀର ୱାଙ୍ଖଡେ, ତେବେ ତଦନ୍ତ ମଧ୍ୟରେ ତାଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲା । ଏପରିକି ସମୀର ଆର୍ୟନ ଖାନଙ୍କୁ ଛାଡ଼ିଦେବା ପାଇଁ ଟଙ୍କା ମାଗିଥିବାର ମଧ୍ୟ ଅଭିଯୋଗ ହୋଇଛି । ସେପଟେ ସମୀର ମିଛ ପ୍ରମାଣପତ୍ର ଦେଖାଇ ଚାକିରି ପାଇଥିବା ନେଇ ଅଭିଯୋଗ ଆଣିଥିଲା ଦଳିତ ସଂଗଠନ । ଏହାରି ମଧ୍ୟରେ ଶୁକ୍ରବାର ତାଙ୍କୁ ଆର୍ୟନ ଖାନ ମାମଲା ସହ ୫ ମାମଲରୁ ହଟାଯାଇଛି ।
ତେବେ ଗତ ସପ୍ତାହରେ ଆର୍ୟନଙ୍କ ସମେତ ଗିରଫ ଅନ୍ୟ ସମସ୍ତଙ୍କୁ ଜାମିନ ମିଳିଥିଲା ।